Masthead

ଖଡିକାପଦା ଗୋହିରା ସାହିର ରାସ୍ତା ଉପରେ ପ୍ରଶାସନର ନଜର ପଡୁନି 

ସାହାରପଡା(ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଖଡିକାପଦା ପଞ୍ଚାୟତ ଅନ୍ତର୍ଗତ ଗୋଜାପଥର ଠାରୁ ଖଡିକାପଦା ପର୍ଯ୍ୟନ୍ତ ସାଢେ଼ ଚାରି କିଲୋମିଟର ରାସ୍ତା ଏବେ ମରଣଯନ୍ତା ପାଲଟିଛି। ତେବେ ଏହି ସାହିରେ ପ୍ରାୟ ୭ ଶହରୁ ଉର୍ଦ୍ଧ୍ବ ଘର ରହିଥିବା ବେଳେ ଯାତାୟାତ କରିବା ପାଇଁ ଭଲ ରାସ୍ତାଟିଏ ନାହିଁ। ଏହି ଟିଏ ଯାହା ଭଲ ଥିଲା ବନ୍ୟା ଜଳରେ ଧୋଇ ନେଇଯାଇଛି । ରାସ୍ତା ସାରା ଖାଲଖମାର ଭରି ରହିଥିବା ବେଳେ ଏହା ଯାତାୟାତ ପାଇଁ ରାସ୍ତାଟି ଅନୁପଯୁକ୍ତ ହୋଇପଡ଼ିଛି। ଫଳରେ ଏହି ରାସ୍ତା ଉପରେ ପ୍ରାୟ ୭ ଟି ଗାଁ ନିର୍ଭର କରନ୍ତି। ସେହି ଗ୍ରାମ ଗୁଡ଼ିକହେଲାଗୋଜାପଥର,କୁଦାବେଡା,ଦାମାହୁଦା,ଡାଳପକା,ହୁଡ଼ିସାହି,ଫୁଲପାହାଡି,ଖଡିକାପଦା, ଆଦି ଏକାଧିକ ଗ୍ରାମ ସମେତ ଆଖପାଖ ୫ ଟି ପଞ୍ଚାୟତବାସୀ ଯାତାୟାତ ପାଇଁ ନିର୍ଭର କରିଥାନ୍ତି।

ବେଳେ ପ୍ରତ୍ୟକ ଦିନ ଏହି ରାସ୍ତା ଦେଇ ଶତାଧିକ ଗାଡି ,ମଟର,ଆମ୍ବୁଲାନ୍ସ ଯାଆ ଆସ କରୁଥିବା ବେଳେ ନାହିଁ ନଥିବା ଦୁର୍ଦ୍ଧଶା ଭୋଗୁଛନ୍ତି ଗୋହିରା ସାହି ଲୋକେ। ତେବେ ଖାସ୍ କରି ଏହି ରାସ୍ତା ଉପରେ ଦୁଇଟି ପଞ୍ଚାୟତ ଦମାହୁଦା ଓ ଡାଳପକା ପଞ୍ଚାୟତ ର ଲୋକେ ନିର୍ଭର କରିଥାନ୍ତି । ରାସ୍ତାଟି ସାହାରପଡା ଏବଂ ପାଟଣା ଯିବାକୁ ମୁଖ୍ୟ ରାସ୍ତା ହୋଇଥିବାରୁ ପାଖାପାଖି ପାଞ୍ଚଟି ପଞ୍ଚାୟତ ଗ୍ରାମର ଲୋକ ମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହି ରାସ୍ତାଟି ପର‌୍ୟ୍ୟଟନ ସ୍ଥଳୀ ଭୀମକୁଣ୍ଡ କୁ ମଧ୍ୟ ସଂଯୋଗ କରୁଛି।ଏନେଇ ପ୍ରଶାସନ କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ତେବେ ଏହି ରାସ୍ତାଟିକୁ ପ୍ରଶାସନ ଦୃଷ୍ଟି ଦେଇ ରାସ୍ତା ମରାମତି କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା