Masthead

ନିର୍ବାଚନୀ ପରବର୍ତ୍ତୀ ହିଂସା, ଚାଲିଗଲା ବୃଦ୍ଧାଙ୍କ ଜୀବନ

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): ପାଟକୁରା ନିର୍ବାଚନମଣ୍ଡଳିର କୁଦାନଗରୀ ଥାନା ଜମପଡା ପଂଚାୟତର ଗୌଡ଼ଗାଁରେ ନିର୍ବାଚନୀ ହିଂସାରେ ବୃଦ୍ଧ ମୃତ । ଥାନାରେ ଏତଲା ଦେଲେ ପରିବାର ଲୋକ । ଗତକାଲି ବିଳମ୍ବିତ ରାତିରେ ନିର୍ବାଚନୀ ହିଂସାରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ଗାଡି ଚଢାଇ ହତ୍ୟା କଲେ ବିଜେଡି କର୍ମୀ । ଆଜି ପରିବାର ପକ୍ଷରୁ ଥାନାରେ ଏତେଲା ଦିଆଯାଇଛି । ବୃଦ୍ଧ ଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳିର କୁଦାନଗରୀ ଥାନା ଅନ୍ତର୍ଗତ ଜମପଡା ପଂଚାୟତର ଗୌଡ଼ଗାଁର ପୁରୁଷୋତ୍ତମ ସ୍ୱାଇଁ ।

ପୁରୁଷୋତ୍ତମଙ୍କ ପୁଅ କୁଞ୍ଜବନ ସ୍ୱାଇଁ ବିଜେପି ପଞ୍ଚାୟତ ସଭାପତି ହୋଇଥିବାରୁ ପୂର୍ବରୁ ଅନେକ ଥର ବିଜେଡିର ଆକ୍ରୋଶର ଶିକାର ହୋଇଥିଲେ । ବୁଥ ନିକଟରେ ବିଜେଡି କର୍ମୀମାନେ କୁଞ୍ଜବନଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ପୁରୁଷୋତ୍ତମ ନିଜ ଘର ପାଖରେ ଛିଡା ହୋଇଥିବା ସମୟରେ ବିଜେଡି କର୍ମୀ ଅମର ପରିଡା ସ୍ପିଡ଼ରେ ମଟରସାଇକେଲରେ ଆସି ପୁରୁଷୋତ୍ତମଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର ହୋଇଥିଲା । ଚିକିସôାଧିନ ଅବସ୍ଥାରେ ପୁରୁଷୋତ୍ତମଙ୍କ ମୃତୁ ଘଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’