Masthead

ବାଙ୍ଗାଲୋରଠାରୁ ପ୍ରତିଶୋଧ ନେଇପାରିବ କି କୋଲକାତା

ଦୁବାଇ, (ବଡ଼ ଖବର ବ୍ୟୁରୋ): ଆଇପିଏଲ ତ୍ରୟୋଦଶ ସିଜନର ୩୯ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ। ବିରାଟ କୋହଲିଙ୍କୁ ଟକ୍କର ଦେବେ ଇଓନ୍ ମୋର୍ଗାନ। ଉଭୟ ଦଳ ଆଜି ସେମାନଙ୍କ ଦଶମ ମ୍ୟାଚ ଆବୁଧାବିରେ ଖେଳିବେ। କେକେଆର୍ ୯ଟି ମ୍ୟାଚରୁ ୫ଟି ବିଜୟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ସେହିପରି ବାଙ୍ଗାଲୋର ୯ଟି ମ୍ୟାଚରୁ ୬ ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଦୁଇ ଦଳ ସେମାନଙ୍କ ପୂର୍ବ ମ୍ୟାଚ ଜିତିଛନ୍ତ।

ଆଇପିଏଲ ଇତିହାସରେ ଦୁଇ ଦଳ ୨୫ଥର ମୁହାଁମୁହିଁ ହୋଇଛନ୍ତି। କୋଲକାତା ୧୪ଥର ବାଜି ମାରିଥିବା ବେଳେ ବାଙ୍ଗାଲୋର ୧୧ ମ୍ୟାଚ୍ ଜିତିଛି। ଚଳିତ ସିଜନରେ ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ କୋଲକାତା ବାଙ୍ଗାଲୋରଠାରୁ ଶେଚନୀୟ ଭାବେ ପରାଜିତ ହୋଇଥିଲା। ଆଜିର ମ୍ୟାଚ୍ ଜିତି କୋଲକାତା ଗତ ପରାଜୟର ପ୍ରତିଶୋଧ ନେବା ସହ ପଏଣ୍ଟ ଟେବୁଲରେ ନିଜର ସ୍ଥାନକୁ ସୁଦୃଢ଼ କରିବାକୁ ଚେଷ୍ଟା କରିବ। ଅପରପକ୍ଷରେ ବାଙ୍ଗାଲୋର ଏହି ମ୍ୟାଚ ଜିତି ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିବାକୁ ଆଉ ଏକ ପାଦ ଆଗକୁ ବଢ଼ାଇବ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ