Masthead

ପାନ୍ କାର୍ଡ ସମ୍ପର୍କରେ ଜାଣିବା ପାଇଁ ପଢ଼ନ୍ତୁ…..

PAN Card ନମ୍ବରରେ ଲୁଚି ରହିଥିବା ରହସ୍ୟ ବିଷୟରେ ଜାଣନ୍ତୁ..

ପାନ୍ କାର୍ଡ ଅର୍ଥାତ୍ Permanent Account Number ହେଉଛି ୧୦ ଅଙ୍କ ବିଶିଷ୍ଟ ଆଲଫା ନ୍ୟୁମେରିକ୍ କୋର୍ଡ ,ଯାହା ଆୟକର ବିଭାଗ ଦ୍ୱାରା ଜାରି କରାଯାଇଥାଏ । ଭାରତର ପ୍ରତ୍ୟେକ ନାଗରିକ ତଥା ଏନ୍ଆରଆଇଙ୍କୁ ଏହା ପ୍ରଦାନ କରାଯାଇଥାଏ । ଏଥିରୁ ଇଲେକ୍ଟ୍ରୋନିକ ସିଷ୍ଟମ ଦ୍ୱାରା ସମସ୍ତ ତଥ୍ୟ ଜଣାପଡିଥାଏ । ଇଲେକ୍ଟ୍ରୋନିକ ସିଷ୍ଟମ ମାଧ୍ୟମରେ ପାନ୍ ନମ୍ବରକୁ ଆଧାର କରି ପ୍ରତ୍ୟେକ ବ୍ୟକ୍ତି ନିଜର ଟିକସ ସମ୍ବନ୍ଧୀୟ ସମସ୍ତ ସୁଚନା ପାଇଥାଏ । ଟିକସ ଛାଡକୁ ରୋକିବା ଏହାର ମୂଳ ଉଦ୍ଦେଶ୍ୟ । ଏଥିପାଇଁ କିଛି ନିୟମ ରହିଛି । ଜଣେ ବ୍ୟକ୍ତି କିମ୍ବା କଂପାନୀ ଏକରୁ ଅଧିକ ପାନ୍ ନମ୍ବର ରଖିପାରିବେ ନାହିଁ ।

ଏହାସହ ସମାନ ପାନ୍ ନଂ କାହାକୁ ଦିଆଯାଏ ନାର୍ହି । ଏହି କାର୍ଡ଼ ଏଟିଏମ କାର୍ଡ଼ର ଆକାର ସହ ସମାନ । ପାନ୍ କାର୍ଡ଼ କରିବାକୁ ହେଲେ NSDL ୱେବସାଇଟକୁ ଯାଇ ଆବେଦନ କରାଯାଇଥାଏ । ଏଥିରେ ନିଜର ସମସ୍ତ ସୂଚନା ରହିଥାଏ । ବିକଳ୍ପ ଭାବରେ ଆୟକର ବିଭାଗ ଦ୍ୱାରା ଦିଆଯାଇଥିବା ଫର୍ମ ୪୯(କ) ପୂରଣ କରିବାକୁ ପଡ଼ିଥାଏ । ତେବେ ୧୦ ଅଙ୍କ ବିଶିଷ୍ଟ ଏହି ଆଲଫା ନ୍ୟୁମେରିକ କୋର୍ଡ଼ କିଛି ଅଙ୍କ ଓ ସଂଖ୍ୟାକୁ ନେଇ ହୋଇଥାଏ ।
ଏହାକୁ ୫ ଭାଗରେ ବିଭକ୍ତ କରାଯାଇଛି :-

  • ପ୍ରଥମ ୩ଟି ଅକ୍ଷର ଆଲଫାବେଟିକ ସିରିଜରେ ରହିଥାଏ ।
  • ୪ର୍ଥ ଅକ୍ଷର କାର୍ଡ଼ଧାରୀଙ୍କ ସବିଶେଷ ସୂଚନା ଦେଇଥାଏ ।
  • ୫ମ ବ୍ୟକ୍ତିର ଶେଷ ନାମର ପ୍ରଥମ ଅକ୍ଷରକୁ ଦର୍ଶାଯାଇଥାଏ ।
  • ପରବର୍ତ୍ତୀ ୪ଟି କ୍ରମିକ ସଂଖ୍ୟା ୦୦୦୧ ରୁ ୯୯୯୯ ମଧ୍ୟରେ ରଖାଯାଇଥାଏ ।
  • ଶେଷରେ ଥିବା ଅକ୍ଷର ଯାଞ୍ଚ ପାଇଁ ରହିଥାଏ ।

ଏହାସହ ପାନ୍ କାର୍ଡ଼ ଆବେଦନର ତାରିଖ ଡାହାଣ ପାଖେ ରହିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ