Masthead

ବାହାଘର ଉପରୁ ହଟିଲା କଟକଣା

ଲକ୍ଷ୍ନୌ (ବଡ଼ ଖବର ବ୍ୟୁରୋ): ବାହାଘର ଉପରୁ  କଟକଣା ହଟାଇଛନ୍ତି ଉତ୍ତର ପ୍ରଦେଶ ସରକାର।  କରୋନା ମହାକାରୀ ପାଇଁ ସାଧାରଣଙ୍କ ଜନତାଙ୍କ ସ୍ଵାର୍ଥକୁ ଆଖିଆଗରେ ରଖି ବାହାଘର ଓ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଆଣିଥିଲେ ଉତ୍ତର ପ୍ରଦେଶ ସରକାର। ବାହାଘରରେ ୧୦୦ରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ ବୋଲି ସରକାର କଟକଣା ଆଣିଥିଲେ। ତେବେ କରୋନାନା ମହାମାରୀରେ ସାମାନ୍ୟ ସୁଧାର ଆସିବାରୁ ଏସବୁ ଉପରୁ କଟକଣା ହଟାଇଛନ୍ତି ସରକାର। ଶହେ ଜଣିଆ ନିୟମକୁ ସରକାର ପ୍ରତ୍ୟାହାର କରି ନେଇଛନ୍ତି ।

ଏବେ ଶହେରୁ ଅଧିକ ଲୋକ ବାହାଘର ଓ  ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେ। ହେଲେ କୋଭିଡ ନିୟମ ପାଳନ କରିବାକୁ ସରକାରଙ୍କର ପୁରା ନିର୍ଦ୍ଧେଶ ରହିଛି ।ଏନେଇ ସୂଚନା ଦେଇଛନ୍ତି ଉତ୍ତର ପ୍ରଦେଶର ଅତିରିକ୍ତ ଗୃହ ସଚିବ ଅବିନାଶ ଅବସ୍ତୀ

ସରକାର ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମମୁ ମଧ୍ୟ ଅନୁମତି ଦେଇଛନ୍ତି। ଦୁର୍ଗାପୂଜା ଓ ରାମଲୀଲା ମୋର୍ଚ୍ଚା ପାଇଁ ସରକାର ପେଣ୍ଡାଲ ତିଆରି କରିବାକୁ ଗ୍ରୀନ ସିଗ୍ନାଲ ଦେଇଛନ୍ତି। ହେଲେ ଏହାଦ୍ୱାରା ଯେମିତି ଟ୍ରାଫିକ ସମସ୍ୟା ସୃଷ୍ଟି ନ ହେବ, ତା’ର ବ୍ୟବସ୍ଥା କରିବାକୁ କୁହାଯାଇଛି। ପାରମ୍ପରିକ ପଦ୍ଧତିରେ ମୂର୍ତ୍ତି ତିଆରି କରିବାକୁ କୁହାଯାଇଥିଲେ ହେଁ ଏହାକୁ ଯଥା ସମ୍ଭବ ଛୋଟ ରଖିବାକୁ ପରାମର୍ଶ ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ