ବାହାଘର ଉପରୁ ହଟିଲା କଟକଣା

ଲକ୍ଷ୍ନୌ (ବଡ଼ ଖବର ବ୍ୟୁରୋ): ବାହାଘର ଉପରୁ  କଟକଣା ହଟାଇଛନ୍ତି ଉତ୍ତର ପ୍ରଦେଶ ସରକାର।  କରୋନା ମହାକାରୀ ପାଇଁ ସାଧାରଣଙ୍କ ଜନତାଙ୍କ ସ୍ଵାର୍ଥକୁ ଆଖିଆଗରେ ରଖି ବାହାଘର ଓ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଆଣିଥିଲେ ଉତ୍ତର ପ୍ରଦେଶ ସରକାର। ବାହାଘରରେ ୧୦୦ରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ ବୋଲି ସରକାର କଟକଣା ଆଣିଥିଲେ। ତେବେ କରୋନାନା ମହାମାରୀରେ ସାମାନ୍ୟ ସୁଧାର ଆସିବାରୁ ଏସବୁ ଉପରୁ କଟକଣା ହଟାଇଛନ୍ତି ସରକାର। ଶହେ ଜଣିଆ ନିୟମକୁ ସରକାର ପ୍ରତ୍ୟାହାର କରି ନେଇଛନ୍ତି ।

ଏବେ ଶହେରୁ ଅଧିକ ଲୋକ ବାହାଘର ଓ  ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେ। ହେଲେ କୋଭିଡ ନିୟମ ପାଳନ କରିବାକୁ ସରକାରଙ୍କର ପୁରା ନିର୍ଦ୍ଧେଶ ରହିଛି ।ଏନେଇ ସୂଚନା ଦେଇଛନ୍ତି ଉତ୍ତର ପ୍ରଦେଶର ଅତିରିକ୍ତ ଗୃହ ସଚିବ ଅବିନାଶ ଅବସ୍ତୀ

ସରକାର ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମମୁ ମଧ୍ୟ ଅନୁମତି ଦେଇଛନ୍ତି। ଦୁର୍ଗାପୂଜା ଓ ରାମଲୀଲା ମୋର୍ଚ୍ଚା ପାଇଁ ସରକାର ପେଣ୍ଡାଲ ତିଆରି କରିବାକୁ ଗ୍ରୀନ ସିଗ୍ନାଲ ଦେଇଛନ୍ତି। ହେଲେ ଏହାଦ୍ୱାରା ଯେମିତି ଟ୍ରାଫିକ ସମସ୍ୟା ସୃଷ୍ଟି ନ ହେବ, ତା’ର ବ୍ୟବସ୍ଥା କରିବାକୁ କୁହାଯାଇଛି। ପାରମ୍ପରିକ ପଦ୍ଧତିରେ ମୂର୍ତ୍ତି ତିଆରି କରିବାକୁ କୁହାଯାଇଥିଲେ ହେଁ ଏହାକୁ ଯଥା ସମ୍ଭବ ଛୋଟ ରଖିବାକୁ ପରାମର୍ଶ ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’