ନୂଆ ସଂସଦ ଭବନର ଭୂମି ପୂଜନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନୂଆ ସଂସଦ ଭବନର ଭୂମି ପୂଜା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ସଂସଦ ଭବନର ଅଧାରଶିଳା ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ ଓ ରତନ ଟାଟା ମଧ୍ୟ ଉପସ୍ଥିତ ଅଛନ୍ତି । ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ସବୁ ଧର୍ମର ପ୍ରତିନିଧିମାନେ ଉପସ୍ଥିତ ରହିଛନ୍ତି । କିଛି ଧର୍ମର ଧର୍ମ ଗୁରୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି । ଏହି ନୂଆ ସଂସଦ ଭବନ ୨୦୨୨ ମସିହା ସୁଦ୍ଧା ଶେଷ ହେବ ବୋଲି ସମୟ ଧାର୍ଯ୍ୟ ହୋଇଛି । ଏହି ଭବନ ତିନି ମହଲା ବିଶିଷ୍ଠ ଅଟେ । ଏହି ଭବନ ନିର୍ମାଣ କାର୍ଯ୍ୟ ନୂଆ ସଂସଦ ଭବନ ୬୪ ହଜାର ୫୦୦ ବର୍ଗ ମିଟର ଏରିଆରେ ନିର୍ମାଣ ହେବାକୁ ଯାଉଛି ।

ଏହି ଭବନ ନିର୍ମାଣରେ ପ୍ରାୟ ୯୭୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ଏହି ଭବନର ଡିଜାଇନ ଅହମଦାବାଦର ଏଚସିପି ଡିଜାଇନ ମ୍ୟାନେଜମେଣ୍ଟ କରିଛି । ଏହି ଭବନର କାର୍ଯ୍ୟ ଟାଟା ପ୍ରୋଜେକ୍ଟ କରିବ । ନୂଆ ସଂସଦ ଭବନରେ ୧୨୨୪ ଜଣ ଏମପିଙ୍କ ବସିବାର କ୍ଷମତା ରହିଛି । ଲୋକସଭା ରାଜ୍ୟସଭା ପରି ଏହି ନୂଆ ସଂସଦ ଭବନରେ ବଡ଼ ସମ୍ବିଧାନ ହଲ ମଧ୍ୟ ରହିଛି । ଏହି ନୂଆ ସଂସଦ ଭବନରେ ପ୍ରତ୍ୟେକ ଏମପିଙ୍କ ପାଇଁ ସ୍ୱତନ୍ତ୍ର ଅଫିସ ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ