Masthead

ନା ଅଛି ଗାଁକୁ ରାସ୍ତା, ନା ପିଇବା ପାଣି…ମୋବାଇଲ ନେଟୱର୍କ କଥା ତ ଛାଡନ୍ତୁ

କୋକସରା (ବଡ଼ ଖବର ବ୍ୟୁରୋ): ଉପାନ୍ତ ଅଞ୍ଚଳର ବଣ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳରେ ରହିଛି କଲହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତର କୁଟୁରୁ ଗ୍ରାମ। ଦଶନ୍ଧି ଦଶନ୍ଧି ଧରି ଗାଁ କୁ ମିଳିନାହିଁ ମୌଳିକ ସୁବିଧା। ଗାଁ କୁ ନାହିଁ ପକ୍କା ରାସ୍ତା, ସ୍ଵାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଭଳି ମୌଳିକ ସମସ୍ୟାରୁ ବର୍ଷ ବର୍ଷ ଧରି ଅପହଞ୍ଚ ରହିଛନ୍ତି ଏହି ଗ୍ରାମର ଗ୍ରାମବାସୀମାନେ। ଜଙ୍ଗଲ ମଧ୍ୟରେ ରହିଥିବା ଏହି ଗାଁରେ ନାହିଁ ମୋବାଇଲ ନେଟୱାର୍କ ସୁବିଧା, ଯେତେବେଳେ କୌଣସି ସ୍ୱାସ୍ଥ୍ୟ ସମସ୍ୟା କିମ୍ବା ଗ୍ରାମର ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା ହୁଏ ଗାଁରୁ କିଛି ଦୂର କିମି ଦୂରକୁ ଗଲେ କିମ୍ବା ଗଛ ଉପରେ ଚଢ଼ିଲେ ମୋବାଇଲ ନେଟୱାର୍କ ଆସିଲେ ଆଶା ଦିଦି କିମ୍ବା ଆମ୍ବୁଲାନ୍ସ କୁ ଖବର ଦେଇ ହୁଏ।

ଏମିତି ବି ଘଟଣା କ୍ରମରେ କେତେବେଳେ ପ୍ରସବ ମହିଳାଙ୍କୁ ଖଟିଆରେ ବୁହାହୋଇ ୮/୧୦ କିମି ଆଣିବା ପରେ ମିଳେ ଆମ୍ବୁଲାନ୍ସ ସୁବିଧା । ଅଧାବାଟରେ ପ୍ରସବ ମହିଳାଙ୍କ ଛୁଆ ଜନ୍ମ ହେଉଥିବା ଘଟଣା ମଧ୍ୟ ଆଗରୁ ଦେଖିବାକୁ ମିଳିଛି। ଗୁରୁବାର କୁଟୁରୁ ଗ୍ରାମର ଇନ୍ଦ୍ରଲାଲ ଠାକୁରଙ୍କ କୋକସରା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଶୁକ୍ରବାର ପରିଜନ ସରକାରୀ ଶବ ବାହକ ଗାଡିରେ ମୃତକଙ୍କ ଶବ ନେଇ ଯାଉଥିବା ବେଳେ ଆନ୍ଧି ଝରଣ ନିକଟରେ ପଡୁଥିବା ନାଲାରେ ବନ୍ୟାଜଳ ପ୍ରବାହିତ ହେଉଥିବା କାରଣରୁ ଗାଡି ଚାଳକ ଗାଡି ନେବାକୁ ମନା କରିବାରୁ ପରିବାର ଲୋକେ ଶବ ନେବାକୁ ନାଲା ଦେଇ ଗାଡି ନେବାକୁ ଅଡ଼ି ବସିଥିଲେ । ୩/୪ ଘଣ୍ଟା ପରେ ନାଲାର ପାଣି ସ୍ରୋତ ଟିକେ କମିବାରୁ ଗାଡି ଚାଳକ କୌଣସି ପ୍ରକାରେ ଗାଡିକୁ ନାଲା ପାର କରି ଶବକୁ ସମ୍ମାନର ସହ କୁଟୁରୁ ଗାଁରେ ନେଇ ଛାଡି ଆସିଥିଲେ।

ତେବେ ଏହି ଉପାନ୍ତ ଅଞ୍ଚଳରେ ଏହି ଘଟଣା ନୂଆଁ ନୁହେଁ। ଏମିତି ଅନେକ ସମୟରେ ଏହି ନାଲାରେ ପାଣି ପ୍ରବାହିତ ହେଉଥିବା କାରଣରୁ ପିଡ଼ିଏସ ସାମଗ୍ରୀ ହେଉ ଅବା ଅନ୍ୟ କୌଣସି ଜରୁରୀକାଳୀନ କାର୍ଯ୍ୟରେ ଏହି ଗ୍ରାମବାସୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ଏହି ନାଲା ଉପରେ ଏକ ସୁଉଚ୍ଚ ପୋଲ ନିର୍ମାଣ ପାଇଁ ଦାବି କରି ଆସୁଥିବା ବେଳେ ନିର୍ବାଚିତ ପ୍ରତିନିଧି କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ଫଳରେ ବିଭିନ୍ନ ସମୟରେ ଏମିତି ହଇରାଣ ହେଉଛନ୍ତି ଲେକାଆମ, ସର୍ଗିପାନି, କୁଟୁରୁ ଗ୍ରାମବାସୀ। ତେବେ ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଏହି ଆଦିବାସୀ ଜନଜାତି ବର୍ଗର ଲୋକଙ୍କ ପାଇଁ ଗମନାଗମନ ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଉପାନ୍ତ ଅଞ୍ଚଳର ଜନ ସାଧାରଣ ମାନେ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ