Masthead

ଡୁମକା ସ୍କାମରେ ବେଲ୍ ପାଇଲେ ଲାଲୁ

ପାଟନା (ବଡ଼ ଖବର ବ୍ୟୁରୋ): ଲାଲୁଙ୍କୁ ମିଳିଲା ବେଲ୍ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ମୁଖ୍ୟ ଲାଲୁ ଯାଦବଙ୍କୁ ଆଜି ବୋଲ ମିଳିଛି । ବିହାର ଗୋଖାଦ୍ୟ ସ୍କାମ୍ ବା ଡୁମକା ଟ୍ରେଜେରୀ ନେଇ ଜଡ଼ିତଥିବା ଲାଲୁ ଯାଦବଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଆଜି ବେଲ ମଞ୍ଜୁର କରିଛନ୍ତି । ଏହି ସ୍କାମରେ ୧୯୯୧ରୁ ୧୯୯୬ ମସିହା ମଧ୍ୟରେ ଲାଲୁ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିହାରର ପଶୁପାଳନ ବିଭାଗ ତରଫରୁ ବିହାରରେ ଥିବା ଝାଡ଼ଖଣ୍ଡର ଟ୍ରେଜେରୀରୁ ୩.୧୩କୋଟି ଟଙ୍କା ପ୍ରତ୍ୟାହାର କରାଯାଇଥିଲା । ଯେଉଁ କାରଣରୁ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ ।

ତେବେ ଲାଲୁ ଯାଦବ ଏବେ ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ତାଙ୍କ ବିରୋଧରେ ରହିଥିବା ୪ଟି କେସ ମଧ୍ୟରୁ ତିନୋଟି କେସରେ ତାଙ୍କୁ ବେଲ୍ ମିଳିସାରିଛି । ୨୦୨୦ ଅକ୍ଟୋବର ମାସରେ ଯାଦବଙ୍କୁ ଚାଇବାସ୍ ଟ୍ରେଜେରୀ କେସ୍କୁ ନେଇ ଜାମିନ୍ ପ୍ରଦାନ କରାଯାଇଥିଲା ।

ତେବେ ୨୦୧୭ ପରଠୁ ୭୨ବର୍ଷୀୟ ଲାଲୁ ଯାଦବ ଝାଡ଼ଖଣ୍ଡର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ହସ୍ପିଟାଲରେ ନିଜର ଜେଲଦଣ୍ଡ ଭୋଗୁଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଅଣାଯାଇଥିଲା ।

ବର୍ତ୍ତମାନ ଲାଲୁ ଯାଦବଙ୍କ ଅନୁପସ୍ଥିତିରେ ତାଙ୍କ ପୁଅ ତେଜସ୍ୱୀ ଯାଦବ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଗତ ବିହାର ବିଧାନସଭା ନିର୍ବାଚନରେ ମଧ୍ୟ ଦଳର ପ୍ରଦର୍ଶନ ଖୁବ ଭଲ ରହିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ