ନାଳରେ ଚୁଆ ଖୋଳି ପିଇବା ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ

ନାକଟିଦେଉଳ (ବଡ଼ ଖବର ବ୍ୟୁରୋ): ଶୋଷ ମେଣ୍ଟାଉଛି ଚୁଆ ପାଣି । ସ୍ଵାଧୀନତାର ଦୀର୍ଘ ସାତ ଦଶନ୍ଧି ପରେ ମଧ୍ୟ ଗ୍ରାମରେ ଗୋଟିଏ ହେଲେ ନଳକୁପ କିମ୍ବା କୂଅଟିଏ ନାହିଁ । ବାଧ୍ୟହୋଇ ଗ୍ରାମନାଳରେ ଚୁଆ ଖୋଳି ପିଇବା ପାଣି ସଂଗ୍ରହ କରୁଛନ୍ତି । ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ପାଣିମୁରା ଗ୍ରାମପଞ୍ଚାୟତର ଦୁର୍ଗମ ତଥା ପାହାଡ ତଳି ଗ୍ରାମ ଗରିଆଖମଣର କଟାସାହିରେ । କଟା ସାହିରେ ଆଜକୁ ପ୍ରାୟ ୪୦ ବର୍ଷ ପୂର୍ବରୁ ୧୨ଟି ଆଦିବାସୀ ପରିବାରର ପ୍ରାୟ ୫୦ରୁ ଅଧିକ ଲୋକ ବସବାସ କରୁଥିଲେ ।

ତେବେ ଏହି କଟାସାହିକୁ ଭଲ ରାସ୍ତାଟିଏ ନଥିବା ବେଳେ ବିଶୁଦ୍ଧ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହୋଇଛି । ଏଠାକାର ଲୋକେ ପ୍ରାୟ ଏକ କିଲୋମିଟର ନାଳକୁ ଯାଆନ୍ତି ପାଣି ଆଣିବାକୁ । କାଖରେ କଅଁଳ ଛୁଆ ଏବଂ ମୁଣ୍ଡରେ ଗରାଧରି ଡହଡହ ଖରାରେ ପ୍ରତିଦିନ ଚାଲିଚାଲି ପାଣି ମୁନ୍ଦାଏ ଆଣିବାକୁ ଯାଇଥାନ୍ତି । ଖରାବର୍ଷା ଶୀତ ସବୁ ଦିନେ ଏହି ନାଳ ପାଣି ପିଉଛନ୍ତି ସାହିର ଲୋକେ । ଏଥିଯୋଗୁଁ ବହୁ ସମୟରେ ବିଭିନ୍ନ ରୋଗରେ ପଡି ସେମାନଙ୍କ ଦେହ ଖରାପ ହେଉଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ସରପଞ୍ଚ ଠାରୁ ବିଭାଗୀୟ ଯନ୍ତ୍ରୀ ପର୍ୟ୍ୟନ୍ତ ସମସ୍ତଙ୍କୁ ଜଣାଇ ଥିଲେ ମଧ୍ୟ କେହି ସେମାନଙ୍କ ଗୁହାରି ଶୁଣୁ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଏସଂପର୍କରେ ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁଙ୍କୁ ଯୋଗାଯୋଗ କରାଯିବାରେ ଗ୍ରାମର ଭୌଗଳିକ ସ୍ଥିତି ଦେଖି ଯଦି ସେଠାକୁ ନଳକୁପ ଖୋଳିବାକୁ ଗାଡି ଯାଇ ନପାରୁଛି ତାହାଲେ ଶୀଘ୍ର ଖୋଲାକୂଅ ଖୋଲାଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ବର୍ତମାନ ଖରା ଯେତିକି ବଢୁଛି ଏହି ବ୍ଲକର ବିଭିନ୍ନ ଗ୍ରାମରେ ପିଇବା ପାଣିର ସେତିକି ସମସ୍ୟା ଦେଖାଯାଉଛି । ବିଶୁଦ୍ଧ ପିଇବା ପାଣି ଟୋପାଏ ପାଇଁ ବର୍ଷ ବର୍ଷ ଧରି ଘାଣ୍ଟି ଚକଟି ହେଉଥିବା କଟାସାହିର ଲୋକଙ୍କୁ ସରକାର କେବେ ବିଶୁଦ୍ଧ ପାଣି ଟୋପାଏ ଯୋଗାଇ ଦେବେ ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’