Masthead

ମୋ ପାଇଁ ହାଇକୋର୍ଟ ଓକିଲ ନିଯୁକ୍ତି କରୁ-ଅଞ୍ଜନା

କଟକ(ବଡ଼ ଖବର) : ଆର୍ଥିକ ସ୍ଥିତି ଭଲ ନଥିବା କହି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ଅଞ୍ଜନା । ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଅଞ୍ଜନାଙ୍କ ପକ୍ଷରୁ ମାମଲା ପରିଚାଳନା ପାଇଁ ସରକାରୀ ଓକିଲ ନିଯୁକ୍ତି ଦେବାକୁ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି ଅଞ୍ଜନା । ତାଙ୍କ ଆର୍ଥିକ ଅବସ୍ଥା ଭଲ ନଥିବା କାରଣରୁ ସେ ଏହି ଚିଠି ଲେଖିଛନ୍ତି ।ଦୀର୍ଘ ୨୨ବର୍ଷ ପରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଧରା ପଡିଥିଲା ।

ଏହି ମାମଲାର ଅଧିକ ତଦନ୍ତ କରିବା ପାଇଁ ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଅଞ୍ଜନା ତାଙ୍କ ଚିଠିରେ ନିବେଦନ କରିଛନ୍ତି । ୨୨ବର୍ଷ ତଳେ ଘଟିଥିଲା ବହୁ ଚର୍ଚ୍ଚିତ ଅଞ୍ଜନା ଗଣ ଦୁଷ୍କର୍ମ ମାମଲା । ସେତେବେଳ ଓଡିଶା ରାଜନୀତିକୁ ଦୋହଲାଇ ଦେଇଥିଲା ଏହି ଘଟଣା । ତିନି ଦୁର୍ବୁତ୍ତ ଅଞ୍ଜନା ମିଶ୍ରଙ୍କୁ ଦୁଷ୍କର୍ମ କରିଥିଲେ । ଏଥିରେ ଦୁଇଜଣଙ୍କୁ ଘଟଣାର କିଛିଦିନ ପରେ ଗିରଫ କରାଯାଇଥିଲା । କିନ୍ତୁ ମୂଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଫେରାର ହୋଇଯାଇଥିଲା ।

୨୨ବର୍ଷ କାଳ ସେ ପୁନେରେ ପରିଚୟ ବଦଳାଇ ଲୁଚି ରହିଥିଲା । ତେବେ କମିଶନେରଟ ପୋଲିସ ବିବନକୁ କିଛିଦିନ ତଳେ ପୁନେରୁ ଗିରଫ କରି ଓଡିଶା ଆଣିଛି । ସେତେବେଳର ଏହି ଲୋମହର୍ଷଣକାରୀ ଘଟଣା ପାଇଁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ଭାଙ୍ଗିଥିଲା । ସେବେଠାରୁ ରାଜ୍ୟରେ କଂଗ୍ରେସ କ୍ଷମତାଠାରୁ ବହୁ ଦୂରରେ ରହିଛି ।
ବହୁ ଦୂରରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ