Masthead

ଲୋୟର ସୁକତେଲ କାମକୁ ପୁଣି ବିରୋଧ

ଲୋଇସିଂହା (ବଡ଼ ଖବର ବ୍ୟୁରୋ): ବଲାଙ୍ଗୀରର ଲାଇଫ୍‌ ଲାଇନ୍ ପାଲଟିବାକୁ ଯାଉଛି ବହୁ ପ୍ରତିକ୍ଷୀତ ଲୋୟର ସୁକତେଲ ପ୍ରକଳ୍ପ । ହେଲେ ଆରମ୍ଭରୁ ହିଁ ବିଭିନ୍ନ ବିବାଦ ଯୋଗୁଁ ଏହି ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ମୁଖ୍ୟତଃ ବିସ୍ଥାପନ ସମସ୍ୟା ଯୋଗୁଁ ପ୍ରକଳ୍ପର ନିର୍ମାଣ କାର୍ୟ୍ୟ ଗତ ଦୁଇବର୍ଷ ହେଲା ବିଳମ୍ବିତ ହୋଇଥିଲା । ଆଜି ନିର୍ମାଣ କାର୍ୟ୍ୟ ଆରମ୍ଭ ହେବାକୁ ଯାଉଥିବା ବେଳେ ପୁଣି ଥରେ ପ୍ରବଳ ବିରୋଧ କରିଥିଲେ ସ୍ଥାନୀୟ ଲୋକେ । ଏମାନଙ୍କ ଆନ୍ଦୋଳନରେ ସାମିଲ୍ ହୋଇଥିଲେ ବିସ୍ଥାପିତମାନେ ।

ଗତ ଦୁଇବର୍ଷରୁ ଅଧିକ ସମୟ ଧରି ପ୍ରକଳ୍ପ କାମ ବନ୍ଦ ରହିଥିଲା । ପୁଣି ଥରେ କାମ ଆରମ୍ଭ କରିବା ପାଇଁ ଜଳସେଚନ ବିଭାଗ ସବୋର୍ଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଏବଂ ଜମି ଅଧିଗ୍ରହଣ, ଥଇଥାନ ନିର୍ଦେଶକ ରାଜେନ୍ଦ୍ର ପଟ୍ଟନାୟକ ଅନ୍ୟ ଟେକନିକାଲ ଟିମ ସହିତ ପ୍ରକଳ୍ପ ଅଞ୍ଚଳକୁ ଯାଇଥିଲେ । ପ୍ରଥମେ ଦାବି ପୂରଣ କର ତାପରେ କାମ ଆରମ୍ଭ କରନ୍ତୁ ବୋଲି କହିଥିଲେ ବିସ୍ଥାପିତ । ଜୋରଦାର ନାରାବାଜୀ କରି ବିରୋଧ କରିବାରୁ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପ୍ରକଳ୍ପ ଅଞ୍ଚଳ ରୁ ଫେରି ଆସିଥିଲେ ।

ଏହି ପ୍ରକଳ୍ପରେ ଲୋଇସିଂହା ବ୍ଲକର ୧୫ ଏବଂ ବଲାଙ୍ଗୀର ବ୍ଲକର ୧୪ ଖଣ୍ଡ ଗ୍ରାମର ଅଧିବାସୀ ବିସ୍ଥାପିତ ହେବେ । ଏହି ପ୍ରକଳ୍ପର ମନ୍ଥରତା ଓ ବିସ୍ଥାପିତଙ୍କୁ କ୍ଷତିପୂରଣ ନେଇ ବହୁବାର ବିଧାନସଭାରେ ଦାବି ଉଠିଥିବା ବେଳେ ବିସ୍ଥାପିତଙ୍କୁ ଉଚିତ କ୍ଷତିପୂରଣ ନେଇ ଦାବି ହୋଇଆସୁଛି । ଅନେକ ସମୟରେ ପ୍ରକଳ୍ପ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଆନ୍ଦୋଳନ ଯୋଗୁଁ ପ୍ରଶାସନକୁ ନାକେଦମ ହେବାକୁ ପଡିଛି । ଏହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ