Masthead

ଲୋୟର ସୁକତେଲ କାମକୁ ପୁଣି ବିରୋଧ

ଲୋଇସିଂହା (ବଡ଼ ଖବର ବ୍ୟୁରୋ): ବଲାଙ୍ଗୀରର ଲାଇଫ୍‌ ଲାଇନ୍ ପାଲଟିବାକୁ ଯାଉଛି ବହୁ ପ୍ରତିକ୍ଷୀତ ଲୋୟର ସୁକତେଲ ପ୍ରକଳ୍ପ । ହେଲେ ଆରମ୍ଭରୁ ହିଁ ବିଭିନ୍ନ ବିବାଦ ଯୋଗୁଁ ଏହି ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ମୁଖ୍ୟତଃ ବିସ୍ଥାପନ ସମସ୍ୟା ଯୋଗୁଁ ପ୍ରକଳ୍ପର ନିର୍ମାଣ କାର୍ୟ୍ୟ ଗତ ଦୁଇବର୍ଷ ହେଲା ବିଳମ୍ବିତ ହୋଇଥିଲା । ଆଜି ନିର୍ମାଣ କାର୍ୟ୍ୟ ଆରମ୍ଭ ହେବାକୁ ଯାଉଥିବା ବେଳେ ପୁଣି ଥରେ ପ୍ରବଳ ବିରୋଧ କରିଥିଲେ ସ୍ଥାନୀୟ ଲୋକେ । ଏମାନଙ୍କ ଆନ୍ଦୋଳନରେ ସାମିଲ୍ ହୋଇଥିଲେ ବିସ୍ଥାପିତମାନେ ।

ଗତ ଦୁଇବର୍ଷରୁ ଅଧିକ ସମୟ ଧରି ପ୍ରକଳ୍ପ କାମ ବନ୍ଦ ରହିଥିଲା । ପୁଣି ଥରେ କାମ ଆରମ୍ଭ କରିବା ପାଇଁ ଜଳସେଚନ ବିଭାଗ ସବୋର୍ଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଏବଂ ଜମି ଅଧିଗ୍ରହଣ, ଥଇଥାନ ନିର୍ଦେଶକ ରାଜେନ୍ଦ୍ର ପଟ୍ଟନାୟକ ଅନ୍ୟ ଟେକନିକାଲ ଟିମ ସହିତ ପ୍ରକଳ୍ପ ଅଞ୍ଚଳକୁ ଯାଇଥିଲେ । ପ୍ରଥମେ ଦାବି ପୂରଣ କର ତାପରେ କାମ ଆରମ୍ଭ କରନ୍ତୁ ବୋଲି କହିଥିଲେ ବିସ୍ଥାପିତ । ଜୋରଦାର ନାରାବାଜୀ କରି ବିରୋଧ କରିବାରୁ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପ୍ରକଳ୍ପ ଅଞ୍ଚଳ ରୁ ଫେରି ଆସିଥିଲେ ।

ଏହି ପ୍ରକଳ୍ପରେ ଲୋଇସିଂହା ବ୍ଲକର ୧୫ ଏବଂ ବଲାଙ୍ଗୀର ବ୍ଲକର ୧୪ ଖଣ୍ଡ ଗ୍ରାମର ଅଧିବାସୀ ବିସ୍ଥାପିତ ହେବେ । ଏହି ପ୍ରକଳ୍ପର ମନ୍ଥରତା ଓ ବିସ୍ଥାପିତଙ୍କୁ କ୍ଷତିପୂରଣ ନେଇ ବହୁବାର ବିଧାନସଭାରେ ଦାବି ଉଠିଥିବା ବେଳେ ବିସ୍ଥାପିତଙ୍କୁ ଉଚିତ କ୍ଷତିପୂରଣ ନେଇ ଦାବି ହୋଇଆସୁଛି । ଅନେକ ସମୟରେ ପ୍ରକଳ୍ପ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଆନ୍ଦୋଳନ ଯୋଗୁଁ ପ୍ରଶାସନକୁ ନାକେଦମ ହେବାକୁ ପଡିଛି । ଏହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା