କୋଲକାତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ‘ଖେଲା ହୋଗା’ର ସ୍ଲୋଗାନକୁ ଦୋହରାଇଛନ୍ତି । ଯେଉଁଥିରେ ବିଜେପି ଏହାର ପ୍ରତିଶୋଧ ନେଇଛି। ପଶ୍ଚିମବଙ୍ଗର ବିଜେପି ବିଧାୟକ ତଥା ଦଳର ସାଧାରଣ ସମ୍ପାଦକ ଅଗ୍ନିମିତ୍ରା ପାଲ କହିଛନ୍ତି ଯେ ଖେଳ ତୋ ମମତା ବାନାର୍ଜୀଙ୍କ ସାଙ୍ଗରେ ହୋଇସାରିଛି । ସବୁଦିନ ମଧ୍ୟ ହେଉଛି । ପାଲ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ହାତରେ ରକ୍ତର ଖେଳ ହେଉଛିି । ପଞ୍ଚାୟତରେ ହେଉଛି । ୨୦୨୧ରେ ମଧ୍ୟ ହୋଇଥିଲା । ଖେଳ ତ ସବୁଦିନ ପଶ୍ଚିମବଙ୍ଗରେ ହେଉଛି । ତାଙ୍କ ହାତରେ ରକ୍ତ ଲାଗିଛି ।
#WATCH | Kolkata: On West Bengal CM Mamata Banerjee's 'Khela Hoga' statement, WB BJP MLA & general secretary Agnimitra Paul says, "Khela has actually happened with CM Mamata Banerjee…Wherever she has gone, she has only got a zero. In 2024 also, she will be clean-bowled by PM… pic.twitter.com/boqIMGmhK1
— ANI (@ANI) September 1, 2023
ଲୋକଙ୍କ ରକ୍ତରେ ଖେଳି ଏପର୍ଯ୍ୟନ୍ତ ତାଙ୍କୁ ଶାନ୍ତି ମିଳିନି । ଏବେ ବି ସେ ଖେଳ କରିବାକୁ ଚାହୁଛନ୍ତି । ଏମିତି ଖେଳ ଖେଳ କରି କରି ସେ ନିଜେ ବି ଆଉଟ ହୋଇଯିବେ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ୨୦୨୧ ରେ ମମତା ବାନାର୍ଜୀ ‘ଖେଲା ହୋଗା’ ସ୍ଲୋଗାନ ଉଠାଇଥିଲେ ଯାହା ଉପରେ ବହୁ ଚର୍ଚ୍ଚା ହୋଇଥିଲା। ଏହି ନିର୍ବାଚନରେ ମମତା ବାନାର୍ଜୀଙ୍କ ଦଳ ଟିଏମସି ବହୁ ସଂଖ୍ୟାରେ ଜିତି ତୃତୀୟ ଥର ପାଇଁ ସରକାର ଗଠନ କରିଛି। ବର୍ତ୍ତମାନ ମମତା ବାନାର୍ଜୀ ବିରୋଧୀ ‘ଇଣ୍ଡିଆ’ ମିଳିତ ବୈଠକ ପୂର୍ବରୁ ଏହି ସ୍ଲୋଗାନକୁ ପୁଣି ଥରେ ଦୋହରାଇଛନ୍ତି। ବୁଧବାର (ଅଗଷ୍ଟ ୩୦) ମୁମ୍ବାଇର ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ପ୍ରଶ୍ନ ଉପରେ ବାନାର୍ଜୀ କହିଛନ୍ତି ଯେ ‘ଖେଲା ହୋଗା’ ।