Masthead

୨ ବର୍ଷ ପରେ ଓଡ଼ିଶା ଫେରିଲେ ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀ

ଯାଜପୁର(ବଡ଼ ଖବର ବ୍ୟୁରୋ): ମା’ କୋଟ୍ରାକ୍ଷୀଙ୍କ ଆଶୀର୍ବାଦ ପାଇବ ପୁଣି ଯାଜପୁରର ଦର୍ପଣଗଡ଼ । ପ୍ରତିଷ୍ଠା ହେବ ମନ୍ଦିର । ୨୦୨୧ରେ ମୂର୍ତ୍ତି ଚୋରି ହୋଇଥିଲା । ଏବେ ପୁଣି ଗାଁକୁ ଫେରିଛି । ୨ ବର୍ଷ ପରେ ମାଆ ପୁଣି ନିଜ ସ୍ୱ ସ୍ଥାନକୁ ଫେରିଛନ୍ତି । ଦର୍ପଣଗଡ଼ ଗ୍ରାମରୁ ଚୋରି ହୋଇଥିଲା ଏବଂ ତା’ ପରଦିନ ସକାଳେ ବଡଚଣା ଥାନାରେ ଏଥିନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ମୂର୍ତ୍ତି ଉଦ୍ଧାର ପାଇଁ ଅନେକ ଦାବି ଓ ଆନ୍ଦୋଳନ ସତ୍ତ୍ବେ ପୋଲିସ ବିଫଳ ହେବାରୁ ଘଟଣାର ୭ ମାସ ପରେ ଗାଁ ଲୋକେ ମାଆଙ୍କର ଆଉ ଏକ ମୂର୍ତ୍ତି ମନ୍ଦିରରେ ସ୍ଥାପନ କରିଥିଲେ ।

ହଂକଂକୁ ଚୋରାଚାଲାଣ ବେଳେ ଦିଲ୍ଲୀ ବିମାନବନ୍ଦରରେ ଧରାପଡ଼ିଥିଲା ମୂର୍ତ୍ତିଟି । ଚୋରି ମୂର୍ତିକୁ କଷ୍ଟମ ବିଭାଗ ଠାବ କରିବା ପରେ ଓଡ଼ିଶା ଫେରାଇଦେବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଥିଲ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ମୂର୍ତ୍ତି ଓଡ଼ିଶାକୁ ଫେରିଛି । ଏହି ମୂର୍ତ୍ତି ନବମ ଓ ଦଶମ ଶତାବ୍ଦୀର। ମା’ କୋଟ୍ରାକ୍ଷୀ ସ୍ଥାନୀୟ ଲୋକଙ୍କ ଆସ୍ଥା, ଐତିହ୍ୟ ଏବଂ ବିଶ୍ବାସର କେନ୍ଦ୍ର । ଏବେ ନିଜ ଇଷ୍ଟ ଦେବୀଙ୍କମୂର୍ତ୍ତି ଫେରିପାଇବା ପରେ ଖୁସିରେ ବିଭୋର ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା