Masthead

ଚୋରାମଦ ବେପାରୀଙ୍କ ଘର ଜାଳିଲେ ଉତ୍ତ୍ୟକ୍ତ ମହିଳା

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ଆମ ଓଡ଼ିଶା ନବୀନ ଓଡିଶା, ଆମ ଗାଁ’ ଆମ ବିକାଶ । ବିକାଶ ନାଁ’ରେ ଏଭଳି ସ୍ଲୋଗାନ ଦେଉଛନ୍ତି ରାଜ୍ୟ ସରକାର । କିନ୍ତୁ ବିକାଶର ବାସ୍ତବ ଚିତ୍ର ଭିନ୍ନ କଥା ସୂଚାଇ ଦେଉଛି । ଗାଁ ଗାଁରେ ଅବାଧ ନିଶା କାରବାର ଯୋଗୁଁ ବହୁ ପରିବାର ଉଚ୍ଛନ୍ନ ହୋଇଯାଉଥିବା ବେଳେ, ପ୍ରଶାସନ ଚୁପ ବସିବା ଘଟଣା ଯୋଗୁଁ ଆଇନିକୁ ହାତକୁ ନେବାକୁ ବାଧ୍ୟ ହେଉଛନ୍ତି ଗ୍ରାମୀଣ ମହିଳା । ଦୈନିକ ମୁଲ ମଜୁରୀ ଉପରେ ନିର୍ଭର କରୁଥିବା ପରିବାର ଗୁଡିକ କେବଳ ଚୋରା ମଦପାଇଁ ନଷ୍ଟ ହୋଇଯାଉଛି ।

ଗାଁ ଗାଁରେ ଏମିତି ଚୋରା ମଦ କାରବାରକୁ ରୋକିବା ପାଇଁ ପ୍ରଶାସନ ପାଖରେ ଯେତେ ଗୁହାରି କଲେ ବି ଫଳ ଶୂନ । ଶେଷରେ ଏକାଠି ହୋଇ ଗାଁର ମହିଳାମାନେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବଡକ୍ଷୀରି ଗାଁରେ ଅବାଧରେ ଖୁଲମ ଖୁଲା ଚାଲିଥିବା ଚୋରା ମଦ ବେପାରୀଙ୍କ ମଦ ଅଡ୍ଡାରେ ନିଆଁ ଲଗେଇ ଦେଇଛନ୍ତି । ନିଶାସକ୍ତ ଅବସ୍ଥାରେ ବହୁ ପରିବାର ଉଚ୍ଛନ୍ନ ପାଇଁ ସିଧା ସଳଖ ସରକାରଙ୍କୁ ହିଁ ଦାୟୀ କରୁଛନ୍ତି ଏହି ମହିଳାମାନେ । ବରଧାରୀ ଠାରେ ଚୋରା ମଦ ବେପାରୀଙ୍କ ମଦ ଆଡ୍ଡା ଜଳି ଯାଇଥିବା ଖବରପାଇବା ପରେ ସ୍ଥାନୀୟ ନିଶ୍ଚିନ୍ତକୋଇଲି ପୋଲିସ ଘଟଣାସ୍ଥଳୀରେ ପହଂଚି ତଦନ୍ତ ଆରମ୍ଭ କରିବା ଜଣା ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ