Masthead

ଭୁଲ ଇଞ୍ଜେକ୍ସନ ନେଲା ଜୀବନ

ରାଜଗାଙ୍ଗପୁର (ବଡ଼ ଖବର ବ୍ୟୁରୋ): ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଚାଲିଗଲା ଯୁବକଙ୍କ ଜୀବନ । ଘରଲୋକଙ୍କ ଅଭିଯୋଗ ପରେ ଥାନାରେ ମାମଲା ରୁଜୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଗାଙ୍ଗପୁର ବାଣ୍ଠୁ ପଡା ସ୍ଥିତ ଏକ ପ୍ରାଇଭେଟ କ୍ଲିନିକରେ । ଜଣେ ସ୍ଥାନୀୟ ଯୁବକଙ୍କୁ ତ୍ରୁଟିପୂର୍ଣ ଚିକିତ୍ସା ଯୋଗୁ ଯୁବକଙ୍କ ଅବସ୍ଥା ଗୁରୁତର ହୋଇଥିଲା । ପରେ ତାଙ୍କୁ ରାଜଗାଙ୍ଗପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ଜଣକ ହେଲେ ରଥ ବାର୍ଲା ।

ସୂଚନା ଅନୁଯାୟୀ ତିନି ବର୍ଷ ହେବ ଜଣେ କ୍ୱାକ ରାଜଗାଙ୍ଗପୁର ୱାର୍ଡନଂ ୧୮ ବାଣ୍ଠୁପଡା ଠାରେ ଆୟେସା ନାମକ ଏକ ପ୍ରାଇଭେଟ କ୍ଲିନିକରେ ଚିକିତ୍ସା କରୁଥିଲେ । ଆଜି ସନ୍ଧ୍ୟା ସମୟରେ ରଥଙ୍କର ଗୋଡ଼ ଖଣ୍ଡିଆ ଏବଂ ଡାହାଣ ହାତର ମଝି ଆଙ୍ଗୁଠିଟି ଫୁଲି ଯାଇଥିବା ନେଇ କ୍ଲିନକରେ ବସିଥିବା ସହନୱାଜ ଖାନକୁ ଦେଖାଇଥିଲେ । ନିଜକୁ ଡାକ୍ତର କହୁଥିବା ସହନୱାଜ ତୁରନ୍ତ ଯୁବକଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ । ଇଞ୍ଜେକ୍ସନ ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଯୁବକଙ୍କ ପେଟ ଦରଜ ହେବା ସହ ସେ ଅଚେତ ହୋଇ ପଡିଥିଲେ ।

ସ୍ୱାସ୍ଥ୍ୟ ବିଗିଡିବା ଦେଖି ସହନୱାଜ ନିଜେ ଯୁବକଙ୍କୁ ମଟର ସାଇକେଲରେ ନିକଟସ୍ଥ ସିଏଚସିକୁ ଆଣିଥିଲେ ।ସେଠାରେ ଡାକ୍ତର ରଶ୍ମିକାନ୍ତ ଦାଶ ଅଚେତ ଥିବା ରଥଙ୍କୁ ସିପିଆର ଦେବା ସ୍ୱତ୍ତେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା । ସେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ସମୟରେ ରଥ ବାର୍ଲାଙ୍କ ମୃତ୍ୟୁ ଘଟିଥିଲା । ଘଟଣାକୁ ନେଇ ପରିବାର ଲୋକେ ରାଜଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତ ଶରୀରକୁ ଜବତ କରିବା ପରେ କ୍ଲିନିକରେ ଇଞ୍ଜେକ୍ସନ ଦେଇଥିବା ବ୍ୟକ୍ତି ଏମଡି ସହନୱାଜ ଖାନକୁ ଅଟକ ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି