Masthead

ମଣ୍ଡପେ ମହାଷ୍ଟମୀ, ପୀଠେ ନବମୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଆଜି ମଣ୍ଡପରେ ମହାଅଷ୍ଟମୀ, ଶକ୍ତି ପୀଠରେ ନବମୀ । ଏଥିପାଇଁ ଚଳଚଞ୍ଚଳ ପୂଜା ମଣ୍ଡପ ଓ ଶକ୍ତି ପୀଠ । ମନ୍ତ୍ର ପାଠରେ କମ୍ପୁଛି ପରିବେଶ । କରୋନା କଟକଣା ପାଇଁ ଏଥର ସବୁ ପୂଜା ମଣ୍ଡପ ଭକ୍ତଶୂନ୍ୟ ହୋଇ ପଡ଼ିଛି । ଆଗ ଭଳି ଉତ୍ସାହ ମଧ୍ୟ ନାହିଁ କାହା ମନରେ । ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା କରାଯାଇଛି । ଯେଉଁକାରଣରୁ ଅନେକ ପଜା କମିଟି ଫେସବୁକ, ୟୁଟ୍ୟୁବ ମାଧ୍ୟମରେ ଲାଇଭ ବ୍ୟବସ୍ଥା ମଧ୍ୟ କରିଛନ୍ତି ।

ସାଧାରଣ ଭକ୍ତଙ୍କୁ ମଣ୍ଡପକୁ ବାରଣ ଥିବାରୁ ମା’ଙ୍କ ମୂର୍ତ୍ତି ସହ ମଣ୍ଡପ ପାଶ୍ୱର୍ ଗୁଡ଼ିକ ଆବଦ୍ଧ ମଧ୍ୟ କରାଯାଇଛି । ଦେବୀପୀଠ ମାନଙ୍କରେ ବି ଚାଲିଛି ନବମୀ ପୂଜା । ମଣ୍ଡପ ଅଷ୍ଟମୀ ପୂଜାରେ ଆଜି ମା’ଙ୍କର ସନ୍ଧି ପୂଜା କରାଯିବ । ଏହାପରେ ମହାଷ୍ଟମୀ ପୂଜା କରାଯାଇ ଶୋଡ଼ଷ ଉପଚାର କରାଯିବ । ତେବେ ଅଷ୍ଟମୀରେ ମହିଳାମାନଙ୍କ ଦ୍ୱାରା ହେଉଥିବା ଶାଢ଼ୀ ପୂଜା ଓ କନ୍ୟା ପୂଜାକୁ ମଧ୍ୟ ବିଭିନ୍ନ ମଣ୍ଡପରେ ବନ୍ଦ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ