ଧାରଣାରେ ବ୍ୟାଙ୍କ କର୍ମଚାରୀ

ବାଲେଶ୍ବର( ବଡ଼ ଖବର ବ୍ୟୁରୋ): ବ୍ୟାଙ୍କ ଧର୍ମଘଟ ପାଳନ କରାଯାଉଛି। ବାଲେଶ୍ବର ସହରର ଏସବିଆଇ ମୁଖ୍ୟ ଶାଖା ସମ୍ମୁଖରେ ଧାରଣା ଦେଇଛନ୍ତି ବ୍ୟାଙ୍କ କର୍ମଚାରୀ । ବ୍ୟାଙ୍କ ଘରୋଇକରଣ ପ୍ରତିବାଦରେ ଦୁଇ ଦିନିଆ ଧର୍ମଘଟ କରାଯାଇଛି । ଜାତୀୟ ବ୍ୟାଙ୍କଗୁଡିକୁ ଘରୋଇଗୁଡିକୁ ପ୍ରସ୍ତାବକୁ ବିରୋଧ କରାଯାଇଛି । ବ୍ୟାଙ୍କ ଘରୋଇକରଣ ହେଲେ ସାଧାରଣଲୋକ ସହ ବ୍ୟାଙ୍କ କର୍ମଚାରୀ ଅସୁବିଧା ଭୋଗିବେ । ସରକାରୀ ଯୋଜନା ଫଳପ୍ରଦ ହୋଇପାରିବ ନାହିଁ ବୋଲି କୁହାଯାଇଛି । ଆଗାମୀ ଦିନରେ ସରକାର ଏହାକୁ ବନ୍ଦ ନ କଲେ ଆନ୍ଦୋଳନ ତୀବ୍ର ହେବ ବୋଲି କୁହାଯାଇଛି । ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ ଏହାକୁ ସମର୍ଥନ କରୁଛନ୍ତି। କଟକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଧର୍ମଘଟ ଲାଗି କଟକରେ ସରକାରୀ ବ୍ୟାଙ୍କ ସେବା ଅଚଳ ହୋଇପଡିଛି ।

ସେହିପରି ଏହି ଧର୍ମଘଟରେ କଟକ ନଗର ସମେତ ଜିଲ୍ଲାର ପ୍ରାୟ ୪୦୦ରୁ ଅଧିକ ସରକାରୀ ଓ ଘରୋଇ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ୩ହଜାରରୁ ଅଧିକ ସରକାରୀ ଓ ଘରୋଇ ବ୍ୟାଙ୍କ କର୍ମଚାରୀ ଏବଂ ଅଫିସର ଅଂଶଗ୍ରହଣ କରିଛନ୍ତି । ବଜ୍ରକଟବାଟିରୋଡ ସ୍ଥିତ ଫେଡେରାଲ୍‌ ବ୍ୟାଙ୍କ ସମ୍ମୁଖରେ ବ୍ୟାଙ୍କ କର୍ମଚାରୀ ଓ ଅଫିସରମାନେ ଏହି ବିକ୍ଷୋଭ ସମାବେଶରେ ଯୋଗ ଦେଇଛନ୍ତି । ଏହି ସମାବେଶରେ ବିଭିନ୍ନ କେନ୍ଦ୍ରୀୟ ସଂଗଠନ ଓ କର୍ମଚାରୀ ସଂଘ ଯୋଗଦେଇ କେନ୍ଦ୍ର ସରକାରୀଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ସୋମବାର ଓ ମଙ୍ଗଳବାର ଧର୍ମଘଟ ଶେଷ ହେବା ପରେ ବୁଧବାର ଠାରୁ ବ୍ୟାଙ୍କ ସେବା ପୁଣି ସ୍ବାଭାବିକ ହେବ। ଏହି ଅବସରରେ ବ୍ୟାଙ୍କ ଶାଖାରେ ହେଉଥିବା କାରବାର, କ୍ଲିୟରିଂ ଆଦି ଗୁରୁତର ଭାବେ ପ୍ରଭାବିତ ହେବ। ସର୍ବଭାରତୀୟ ସ୍ତରରେ ଧର୍ମଘଟରେ ପ୍ରାୟ ୧୦ ଲକ୍ଷ କର୍ମଚାରୀ ସାମିଲ ହେବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’