Masthead

ଧାରଣାରେ ବ୍ୟାଙ୍କ କର୍ମଚାରୀ

ବାଲେଶ୍ବର( ବଡ଼ ଖବର ବ୍ୟୁରୋ): ବ୍ୟାଙ୍କ ଧର୍ମଘଟ ପାଳନ କରାଯାଉଛି। ବାଲେଶ୍ବର ସହରର ଏସବିଆଇ ମୁଖ୍ୟ ଶାଖା ସମ୍ମୁଖରେ ଧାରଣା ଦେଇଛନ୍ତି ବ୍ୟାଙ୍କ କର୍ମଚାରୀ । ବ୍ୟାଙ୍କ ଘରୋଇକରଣ ପ୍ରତିବାଦରେ ଦୁଇ ଦିନିଆ ଧର୍ମଘଟ କରାଯାଇଛି । ଜାତୀୟ ବ୍ୟାଙ୍କଗୁଡିକୁ ଘରୋଇଗୁଡିକୁ ପ୍ରସ୍ତାବକୁ ବିରୋଧ କରାଯାଇଛି । ବ୍ୟାଙ୍କ ଘରୋଇକରଣ ହେଲେ ସାଧାରଣଲୋକ ସହ ବ୍ୟାଙ୍କ କର୍ମଚାରୀ ଅସୁବିଧା ଭୋଗିବେ । ସରକାରୀ ଯୋଜନା ଫଳପ୍ରଦ ହୋଇପାରିବ ନାହିଁ ବୋଲି କୁହାଯାଇଛି । ଆଗାମୀ ଦିନରେ ସରକାର ଏହାକୁ ବନ୍ଦ ନ କଲେ ଆନ୍ଦୋଳନ ତୀବ୍ର ହେବ ବୋଲି କୁହାଯାଇଛି । ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ ଏହାକୁ ସମର୍ଥନ କରୁଛନ୍ତି। କଟକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଧର୍ମଘଟ ଲାଗି କଟକରେ ସରକାରୀ ବ୍ୟାଙ୍କ ସେବା ଅଚଳ ହୋଇପଡିଛି ।

ସେହିପରି ଏହି ଧର୍ମଘଟରେ କଟକ ନଗର ସମେତ ଜିଲ୍ଲାର ପ୍ରାୟ ୪୦୦ରୁ ଅଧିକ ସରକାରୀ ଓ ଘରୋଇ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ୩ହଜାରରୁ ଅଧିକ ସରକାରୀ ଓ ଘରୋଇ ବ୍ୟାଙ୍କ କର୍ମଚାରୀ ଏବଂ ଅଫିସର ଅଂଶଗ୍ରହଣ କରିଛନ୍ତି । ବଜ୍ରକଟବାଟିରୋଡ ସ୍ଥିତ ଫେଡେରାଲ୍‌ ବ୍ୟାଙ୍କ ସମ୍ମୁଖରେ ବ୍ୟାଙ୍କ କର୍ମଚାରୀ ଓ ଅଫିସରମାନେ ଏହି ବିକ୍ଷୋଭ ସମାବେଶରେ ଯୋଗ ଦେଇଛନ୍ତି । ଏହି ସମାବେଶରେ ବିଭିନ୍ନ କେନ୍ଦ୍ରୀୟ ସଂଗଠନ ଓ କର୍ମଚାରୀ ସଂଘ ଯୋଗଦେଇ କେନ୍ଦ୍ର ସରକାରୀଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ସୋମବାର ଓ ମଙ୍ଗଳବାର ଧର୍ମଘଟ ଶେଷ ହେବା ପରେ ବୁଧବାର ଠାରୁ ବ୍ୟାଙ୍କ ସେବା ପୁଣି ସ୍ବାଭାବିକ ହେବ। ଏହି ଅବସରରେ ବ୍ୟାଙ୍କ ଶାଖାରେ ହେଉଥିବା କାରବାର, କ୍ଲିୟରିଂ ଆଦି ଗୁରୁତର ଭାବେ ପ୍ରଭାବିତ ହେବ। ସର୍ବଭାରତୀୟ ସ୍ତରରେ ଧର୍ମଘଟରେ ପ୍ରାୟ ୧୦ ଲକ୍ଷ କର୍ମଚାରୀ ସାମିଲ ହେବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ