Masthead

ଛାତରୁ ଡେଇଁ ଆତ୍ମହତ୍ୟା କଲେ ମଲାଇକାଙ୍କ ବାପା!

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବାପା ଅନୀଲ ଅରୋରା ଆତ୍ମହତ୍ୟା କରିଛନ୍ତି। ଅନୀଲ ଅରୋରା ଆଜି ସକାଳେ ନିଜ ମୁମ୍ବାଇ ବାନ୍ଦ୍ରାସ୍ଥିତ ଫ୍ଲାଟ୍‌ର ଟେରାସରୁ ଡେଇଁ ପଡ଼ିଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣା ପରେ ପୁଲିସ୍ ପହଞ୍ଚି ଯାଞ୍ଚ କରିବା ସହ ସିସିଟିଭି ଫୁଟେଜ୍ର ଖୋଳତାଡ଼ କରୁଛି। ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଆଉ କିଛି କାରଣ ରହିଛି ତାକୁ ନେଇ ତଦନ୍ତ କରାଯାଉଛି। ସେପଟେ ଅଭିନେତାଙ୍କ ବାପାଙ୍କ ମୃତଦେହ ବାବା ଡାକ୍ତରଖାନାରେ ରଖାଯାଇଛି।

ଏହି ଘଟଣା ବୁଧବାର ସକାଳ ୯ଟାରେ ଘଟିଥିବା ଜଣାପଡିଛି। ଖବରପାଇ ମୁମ୍ବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି କଷ୍ଟ ସମୟରେ ମଲାଇକାଙ୍କ ପୂର୍ବତନ ସ୍ବାମୀ ଅରବାଜ ଖାନ ମଧ୍ୟ ତାଙ୍କ ଘରେ ପହଞ୍ଚିଛନ୍ତି । ମଲାଇକାଙ୍କ ବାପା ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ଏହାକୁ ନେଇ ପାରିବାରିକ ଅଶାନ୍ତି ବି ଥିବା ଚର୍ଚ୍ଚା ହେଉଛି। ମଚାଣ୍ଟ ନେଭିରୁ ଅବସର ନେବା ପରେ ମୁମ୍ବାଇରେ ଦୀର୍ଘ ବର୍ଷ ଧରି ରହି ଆସୁଥିଲେ ଅନୀଲ ଅରୋରା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା