ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ । ଗଛଲଗା କାମରେ ନିୟୋଜିତ ବନ୍ୟଜନ୍ତୁ ସୁରକ୍ଷାକର୍ମୀ । ବ୍ୟାପକ ଅର୍ଥ ହରି ଲୁଟ ଅଭିଯୋଗ । ଲେବର ଟଙ୍କାକୁ ହଡପ କରୁଛନ୍ତି ଘଟଗାଁ ଫରେଷ୍ଟର ଓ ରେଞ୍ଜର । ବନ୍ୟଜନ୍ତୁ ସୁରକ୍ଷା ଅବହେଳା । ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହିତ ପ୍ରତ୍ୟେକ ଜିଲ୍ଲାରେ ଶହ ଶହ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ସ୍କ୍ୱାର୍ଡ ନିୟୋଜିତ କରିଛନ୍ତି ।

କିନ୍ତୁ ଉକ୍ତ ସ୍କ୍ୱାର୍ଡମାନଙ୍କୁ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷାରେ କମ୍ ଲେବର୍ କାମରେ ବେଶୀ ନିୟୋଜିତ କରୁଛନ୍ତି ବନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ଘଟଗାଁ ବନାଞ୍ଚଳରେ । ଏଠାକାର ଫରେଷ୍ଟର ଓ ରେଞ୍ଜର ବାବୁମାନେ ସ୍କ୍ୱାର୍ଡ ପିଲାଙ୍କୁ ଜଙ୍ଗଲରେ ବୃକ୍ଷରୋପଣ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ସ୍କ୍ୱାର୍ଡ ପିଲାଙ୍କୁ ବୃକ୍ଷ ରୋପଣ କାମରେ ନିୟୋଜିତ କରିବା ଦ୍ଵାରା ବନ୍ୟଜନ୍ତୁଙ୍କ ସୁରକ୍ଷାରେ ଅବହେଳା ହେଉଛି ।

ଫଳରେ ବିଭିନ୍ନ ସମୟରେ ଅନେକ ମୂଲ୍ୟବାନ ବନ୍ୟଜନ୍ତୁଙ୍କ ଜୀବନ ଯାଉଛି । ବିଗତ ଚାରି ବର୍ଷରେ କେନ୍ଦୁଝର ଜିଲ୍ଲାରେ ୪୦ ରୁ ଉର୍ଦ୍ଧ୍ବ ହାତୀଙ୍କ ମୃତ୍ୟୁ ହେବା, ମାସ ମାସ ଧରି ଜଙ୍ଗଲ ଭିତରେ ହାତୀ ମାନଙ୍କର ଗଳିତ ମୃତ ଦେହ ପଡ଼ି ରହିବା ଓ ଶିକାରୀମାନେ ହାତୀମାନଙ୍କୁ ତୀର ମାରିବା ଭଳି ଅନେକ ଘଟଣା ସାମ୍ନାକୁ ଆସୁଛି । ତେବେ ସ୍କ୍ୱାର୍ଡ ପିଲାଙ୍କୁ ସରକାର ଦରମା ଦେଉଥିବା ବେଳେ ସେମାନଙ୍କୁ ଲେବର୍ କାମରେ ନିୟୋଜିତ କରି ଲେବର ଟଙ୍କାକୁ ହଡ଼ପ କରୁଛନ୍ତି ଘଟଗାଁ ବନାଞ୍ଚଳର ଫରେଷ୍ଟର ଓ ରେଞ୍ଜରବାବୁ । ଏହାକୁ ବିରୋଧ କଲେ କିମ୍ବା କୌଣସି ଅଭିଯୋଗ କଲେ ଉକ୍ତ କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଚାକିରିରୁ ବାହାର କରିଦେବାର ଧମକ ଫରେଷ୍ଟରବାବୁ ଦେଉଥିବା ଅଭିଯୋଗ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!