Masthead

ମମିତାଙ୍କୁ ମାରି ଦେଇ ମାଟି ତଳେ ପୋତିଦେଲେ !

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ଶିକ୍ଷୟିତ୍ରୀ ନିଖୋଜ ଘଟଣା । ମାଟିତଳୁ ଗଳିତ ମୃତଦେହ ଉଦ୍ଧାର । ମିନି ଷ୍ଟାଡିୟମ ମାଟିତଳୁ ଶବ ଉଦ୍ଧାର ହୋଇଛି । ଚିହ୍ନଟ ପାଇଁ ମମିତାଙ୍କ ପରିବାରକୁ ଡକାଯାଇଛି । ଅର୍ଦ୍ଧଦଗ୍ଧ ଅବସ୍ଥାରେ ଶବ ଉଦ୍ଧାର କରାଯାଇଛି । ସେପଟେ ମମିତାଙ୍କ ବାପା କହିଛନ୍ତି ଯେ ପୋଲିସ ଆମକୁ ଭରସା ଦେଉଥିଲା ଯେ ମମିତା ଜୀବିତ ଅଛି । ସେ ରାୟପୁର ଯାଇଛି ଏବଂ ଆମେ ତାକୁ ଆଣିଦେବୁ । ପୋଲିସର ଏହି ଭରସା ଯୋଗୁଁ ଆମେ କାହା ସାମ୍ନାରେ ମୁହଁ ଖୋଲୁନଥିଲୁ ।

କିନ୍ତୁ ଯେତେବେଳେ ଗୋବିନ୍ଦ ସାହୁ ପୋଲିସ ହେପାଜତରୁ ଫେରାର ହୋଇଗଲା ପୋଲିସ ଉପରୁ ଆମ ଭରସା ଉଠିଗଲା । ଆମେ ନିଶ୍ଚିତ ହେଲୁ ଯେ ଆମ ଝିଅ ସହିତ କିଛି ଅଘଟଣ ହୋଇଛି । ତାକୁ ରେପ୍ ଓ ମର୍ଡର କରାଯାଇଛି । ଆମ ଝିଅ ମମିତାର ଲାପଟପରେ ଗୋବିନ୍ଦ ସାହୁର କିଛି କଳାକାରନାମା ଥିଲା । ଲାଲପଟରେ ଗୋବିନ୍ଦର ଦୁଇଟି ଏପରି ଭିଡିଓ ଥିଲା ଯେଉଁ କାରଣରୁ ଝିଅକୁ ମାରିଦେଲା । ଏହି ହତ୍ୟାକାଣ୍ଡରେ ବଡ ବଡ ଲୋକଙ୍କ ସଂପୃକ୍ତି ରହିଛି । ସ୍ଥାନୀୟ ବିଧାୟକ ତଥା ଗୃହମନ୍ତ୍ରୀଙ୍କ ଚାପରେ ପୋଲିସ ତଦନ୍ତକୁ ବାଟବଣା କରୁଛି । ଏବଂ ତାଙ୍କ ପ୍ରତ୍ୟକ୍ଷ ସହଯୋଗରେ ମମିତାଙ୍କୁ ମାରିଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ