Masthead

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ହାଇକୋର୍ଟ ଲଗାଇଲେ ଅଙ୍କୁଶ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି। ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ନିଯୁକ୍ତି ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ। ଚୟନ ପ୍ରକ୍ରିୟା ଜାରି ରହିଲେ ବି ନିଯୁକ୍ତି ଉପରେ ରୋକ ଲାଗିବ। ଆସନ୍ତା ୨୪ ତାରିଖ ଯାଏ ହୋଇପାରିବନି ନିଯୁକ୍ତି। ୨୧ ଏବଂ ୨୨ ତାରିଖ ଦୁଇ ଦିନ ଧରି ଡକୁମେଣ୍ଟ ଭେରିଫିକେସନ ପ୍ରକ୍ରିୟା ଜାରି ରହିବ। ଆସନ୍ତା ୨୪ ତାରିଖ ପରବର୍ତ୍ତୀ ଶୁଣାଣି ହେବ ବୋଲି ଉଚ୍ଚ ନ୍ୟାୟାଳୟ ଧାର୍ଯ୍ୟ କରିଛନ୍ତି। ଅନ୍ୟପଟେ ଜାରି ରହିଛି ଚାକିରି ଆଶାୟୀଙ୍କ ଆନ୍ଦୋଳନ । କେଉଁ ଆଧାରରେ ପରୀକ୍ଷା ଫଳ ପ୍ରକାଶ ପାଇଛି ।

କାହାର କେତେ ମାର୍କ ଅଛି, ତାହା ଜାଣିବା ପାଇଁ ଶହଶହ ଚାକିରୀ ଆଶାୟୀ ଲୋୟରପି ଏମଜିରେ ଧାରଣା ଦେଇଛନ୍ତି । ମେରିଟ ଲିଷ୍ଟ ପ୍ରକାଶ କରିବା ପୂର୍ବରୁ କଟ ଅଫ ଲିଷ୍ଟ ପ୍ରକାଶ କରାଯାଇନଥିବା ଅଭିଯୋଗ କରିଛନ୍ତି । ସେହିପରି ଅଧିକ ନମ୍ବର ରଖିଥିବା ଅନେକ ପ୍ରାର୍ଥୀ ମେରିଟ ଲିଷ୍ଟରେ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । ସେପଟେ ପ୍ରକଳ୍ପ ନିର୍ଦେଶକ କହିଛନ୍ତି କୈଣସି ଅନିୟମିତତା ହୋଇନାହିଁ । ଖୁବ ଶୀଘ୍ର ମେରିଟ ଲିଷ୍ଟ ପ୍ରକାଶ ପାଇବ । ଅନ୍ୟପଟେ ଏହାକୁ ନେଇ ରାତନୈତିକ ବୟାନବାଜି ବି ଆରମ୍ଭ ହୋଇଛି । ପରୀକ୍ଷା ଫଳକୁ ନେଇ ତୀବ୍ର ଅସନ୍ତୋଷ ପରେ ପ୍ରତିକ୍ରିୟା ରଖିଛନ୍ତି ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା । ସେ କହିଛନ୍ତି ଯୋଗ୍ୟ ବ୍ୟକ୍ତିଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରାଯାଇଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି