Masthead

ମଣିପୁର ହିଂସା, ଗୁଳି କଲେ ମୁଣ୍ଡ କାଟିଲେ

ଇମ୍ଫାଲ (ବଡ଼ ଖବର ବ୍ୟୁରୋ):   ହିଂସାରେ ଜଳୁଛି ମଣିପୁର । ହିଂସା ଥମିବାର ନା ନେଉ ନାହିଁ । ବିଷ୍ଣୁପୁର ଜିଲ୍ଲାରେ ଘଟିଛି ପୁଣି ହିଂସାକାଣ୍ଡ । ଏଥିରେ ୪ ଜଣ ପ୍ରାଣ ହରାଇଛନ୍ତି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂ ଘଟଣାସ୍ଥଳକୁ ଯାଇଛନ୍ତି। ବିଷ୍ଣୁପୁର ଓ ଚୁରାଚାନ୍ଦପୁର ଜିଲା ସୀମାବର୍ତ୍ତୀ ଅଞ୍ଚଳରେ ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ। ସେମାନେ ଅନେକ ଘର ଜାଳିଦେବା ସହ କେତେଜଣଙ୍କୁ ଅପହରଣ କରିନେଇଥିଲେ।

ସଶସ୍ତ୍ର ଉଗ୍ରପନ୍ଥୀମାନେ ସଂଘର୍ଷ ବେଳେ ଜଣକ ମୁଣ୍ଡ କାଟିଦେଇଥିଲେ।ଦୀର୍ଘ ୨ ମାସ ଧରି ମଣିପୁରର କଙ୍ଗପୋକ୍‌ପି ଜିଲାରେ ବନ୍ଦ ଥିବା ଜାତୀୟ ରାଜପଥକୁ ଅବରୋଧମୁକ୍ତ କରିବା ପାଇଁ କୁକି ବିଦ୍ରୋହୀ ଗୋଷ୍ଠୀ ରବିବାର ଘୋଷଣା କରିଛନ୍ତି। ଫଳରେ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକ ନେଇ ଦେଖାଦେଇଥିବା ସମସ୍ୟାର ସମାଧାନ ହେବାକୁ ଯାଉଛି। ମେ’ ୩ରୁ ନାଗାଲାଣ୍ଡର ଦିମାପୁରକୁ ଇମ୍ଫାଲ ସହ ସଂଯୋଗ କରୁଥିବା ଜାତୀୟ ରାଜପଥ୦୨କୁ ଅବରୋଧ କରି ରଖାଯାଇଥିଲା।

ଖାଲି ସେତିକି ନୁହେଁ ଅଜଣା ବନ୍ଧୁକଧାରୀଙ୍କ ସହ ଗୁଳି ବିନିମୟ ବେଳେ ୨ ଜଣ ଗ୍ରାମ ସ୍ବେଚ୍ଛାସେବୀ ନିହତ ହୋଇଛନ୍ତି। ଖୋଇଜୁମାଣ୍ଟାବି ଗ୍ରାମରେ ସ୍ବେଚ୍ଛାସେବୀମାନେ ଏକ ଅସ୍ଥାୟୀ ବଙ୍କରକୁ ଜଗିଥିବାବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ହିଂସାକାଣ୍ଡ ଯୋଜନାବଦ୍ଧ ଓ ଏହା ପଛର କାରଣ ସ୍ପଷ୍ଟ ହୋଇନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା