Masthead

ବିଏସଏଫ ଦ୍ୱାରା ମାଓ ଡମ୍ପ ଉଦ୍ଧାର

କୋରକୁଣ୍ଡା (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଅଞ୍ଚଳରେ ମାଓବାଦୀଙ୍କୁ ଆଉ ଏକ ଝଟକା। ବିଶେଷ ସୂଚନାକୁ ଆଧାର କରି ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାରେ ଥିବା ବେଜଙ୍ଗିୱାଡା ରିଜର୍ଭ ଜଙ୍ଗଲରେ ୧୪୨ ବାଟାଲିୟନର ବିଏସ୍ଏଫ୍ ଯବାନଙ୍କ ଦ୍ଵାରା ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ଅପରେସନ ବେଳେ ଯବାନମାନେ ବେଜାଙ୍ଗିୱାଡା ରିଜର୍ଭ ଜଙ୍ଗଲର ପଥର ଗୁମ୍ଫାରେ ମାଓ ଡମ୍ପ ଠାବ କରିଥିଲା। ବଡିଗେଟା ୧୪୨ ବାଟାଲିୟନ କ୍ୟାମ୍ପରୁ ପ୍ରାୟ ୯ କିଲୋମିଟର ପୂର୍ବରେ ଥିବା କାଲିମେଳା ଥାନା କୁରମାନୁର ପଞ୍ଚାୟତ ଦୁଲାଗଣ୍ଡି ଗାଁ ନିକଟ ଜଙ୍ଗଲରୁ ଉଦ୍ଧାର ହେଲା ମାଓ ଡମ୍ପ ।

ମାଓବାଦୀ ଡମ୍ପରୁ ୩ ବନ୍ଧୁକ , ୧ ଏସବିଏମଏଲ ବ୍ୟାରେଲ , ୪ ଡେଟୋନେଟର , ୯୮ ଜିଲେଟିନ ଷ୍ଟିକ, ୨ ଲ୍ୟାଣ୍ଡମାଇନ , ସୋଲାର ପ୍ଲେଟ , ବ୍ୟାଟେରୀ , ଗ୍ୟାସ ସିଲିଣ୍ଡର , ସୁଇଚ , ୧୦ ସାଲାଇନ ବୋତଲ , ଔଷଧ ଆଦି ଯବାନଙ୍କ ଦ୍ଵାରା ଜବତ କରାଯାଇଛି। ବେଜାଙ୍ଗିୱାଡା ସଂରକ୍ଷିତ ଜଙ୍ଗଲ ଦୀର୍ଘ ଦିନ ଧରି ମାଓବାଦୀଙ୍କ ଏକ ଗଡ଼ ହୋଇ ଥିଲା। ଯେଉଁଠାରେ ମାଓ ସଂଗଠନର କ୍ୟାଡର ଏବଂ ସମର୍ଥକମାନେ ଏହି ଅଞ୍ଚଳକୁ ବ୍ୟବହାର କରୁଥିଲେ।

ଏହି ଅଞ୍ଚଳକୁ ନିୟନ୍ତ୍ରଣ କରିବା ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସୁରକ୍ଷା ଭାବନାକୁ ବଢାଇବା ବିଏସଏଫର ଲକ୍ଷ୍ୟ। ମାଓ ଡମ୍ପ ଉଦ୍ଧାର ମାଓବାଦୀଙ୍କ ପାଇଁ ବଡ ଝଟକା। ଯାହା ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ମାଓବାଦୀଙ୍କ ମନୋବଳକୁ ହ୍ରାସ କରିବା ସହ ଏହା ସୁରକ୍ଷା ବାହିନୀକୁ ଅଧିକ ସକ୍ରିୟ ଭାବରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିବ। ଏହି ଅଞ୍ଚଳରେ ମାଓବାଦୀଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ଅଞ୍ଚଳରେ ଅଧିକ ତଲାସି ଏବଂ କମ୍ବିଂ ଅପରେସନ୍ ଚାଲିଛି ବୋଲି ବିଏସଏଫ ପକ୍ଷରୁ କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା