Before Header

ବାଖମୁଟ ହାତେଇବାକୁ ସଙ୍ଘର୍ଷ

0 9

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ପୂର୍ବ ୟୁକ୍ରେନର ବାଖମୁଟ ଚାରିପାଖରେ ସଂଘର୍ଷ ଜୋରଦାର ଚାଳିଛି । ବାଖମୁଟକୁ ରକ୍ଷା କରିବା ପାଇଁ ୟୁକ୍ରେନ୍ ସେନା ପ୍ରାଣମୂର୍ଚ୍ଚା ସଂଘର୍ଷ ଜାରି ରଖିଛି । ତେଣେ ରୁଷିଆ କହିଛି ବାଖମୁଟ ହାତକୁ ଆସିଲେ ୟୁକ୍ରେନ୍ ଓ ମସ୍କୋ ମଧ୍ୟରେ ରାସ୍ତା ତିଆରି ହେବ । ୟୁକ୍ରେନର ପୂର୍ବରେ ଥିବା ବାଖମୁଟ ସହରକୁ ଘେରି ରହିଛି ରୁଷୀୟ ସେନା । ବିଭିନ୍ନ ଲବଣ ଖଣିଥିବା ବାଖମୁଟ ସହରକୁ ରକ୍ଷା କରିବା ପାଇଁ ଚାଲିଛି ଜୋରଦାର ଲଢେଇ । ବାଖମୁଟ ଦଖଲ କଲେ ରୁଷିଆ ଲାଭବାନ ହେବ । ରୁଷ ହାତକୁ ଆସିବ ବହୁ ଲବଣ ଖଣି । ବାଖମୁଟ ଦେଇ ରୁଷ ୟୁକ୍ରେନ୍କୁ ତିଆରି କରିବ ରାସ୍ତା । ଏହି ଲକ୍ଷ୍ୟରେ ରୁଷ ସେନା ଆକ୍ରମଣକୁ ଜୋରଦାର କରିଛି । ପଛଘୁଞ୍ଚା ଦେଇନି ୟୁକ୍ରେନ୍ । ଦେଉଛି କଡ଼ା ଜବାବ ।

ଦୁଇ ପକ୍ଷ ମଧ୍ୟରେ ଚାଲିଛି ଜୋରଦାର ଲଢେଇ । ଉଭୟପକ୍ଷର ଲଢ଼େଇରେ ଭୟଭୀତ ହୋଇ ପ୍ରମାଦ ଗଣୁଛନ୍ତି ବାଖମୁଟବାସୀ । ସେମାନେ ଭିଟାମାଟି ଛାଡି ନିରାଦ ସ୍ଥାନକୁ ଚାଳିଯାଉଛନ୍ତି । ୮୦ ହଜାର ଲୋକସଂଖ୍ୟା ବିଶିଷ୍ଠ ଏହି ସହରରେ ଏବେ ମାତ୍ର ୮ହଜାର ଲୋକଙ୍କୁ ଦେଖିବାକୁ ମିଳୁଛି । ଦୁଇପକ୍ଷ ମଧ୍ୟରେ ଘମାଘୋଟ ୁଦ୍ଧ ଚାଳିଥିବା ବେଳେ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ୟେଭେଗେନି ପ୍ରିଗୋଜିନ୍ ପୂର୍ବ ୟୁକ୍ରେନର ଫ୍ରଣ୍ଟଲାଇନ ଅଞ୍ଚଳରେ ନିଜ ଦେଶର ସୈନ୍ୟଙ୍କୁ ଉତ୍ସାହିତ କରିଛନ୍ତି । ବାଖମୁଟକୁ ରକ୍ଷା କରିବା ପାଇଁ ୟୁକ୍ରେନକୁ ଆମେରିକା ସହୋଗ କରୁଥିବାରୁ ପରିସ୍ଥିତି ଯାଞ୍ଚ କରିବା ପାଇଁ ୟେଭେଗେନି ପ୍ରିଗୋଜିନ୍ ଡୋନେଟସ୍କ୍ ଅଞ୍ଚଳର ଦକ୍ଷିଣରେ ଥିବା ଏକ ଆଡଭାନ୍ସ କମାଣ୍ଡ ପୋଷ୍ଟରେ ପହଞ୍ଚô ବରିଷ୍ଠ ସାମରିକ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଶତ୍ରୁପକ୍ଷକୁ କଡ଼ା ଜବାବ ଦେବା ଓ ବାଖମୁଟ ଦଖଲ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ୟେଭେଗେନି ପ୍ରିଗୋଜିନ୍ ନିଜ ଦେଶର ସୈନ୍ୟ ଓ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଯୁଦ୍ଧରେ ଅପୂର୍ବ ସାହସ ପ୍ରଦର୍ଶନ କରୁଥିବା ଯବାନ ଓ ଅଧିକାରୀମାନଙ୍କ ସହ ସେ ବ୍ୟକ୍ତଗତ ଭାବେ ଆଲୋଚନା କରି ପୁରସ୍କୃତ ମଧ୍ୟ କରିଛନ୍ତି । ଯୁଦ୍ଧ ଜାରି ରଖିବା ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ମହଜୁଦ ଅଛି କି ନାହିଁ ବରିଷ୍ଠ ସେନା ଅଧିକାରୀଙ୍କ ସହ ପ୍ରତିରକ୍ଷାମନ୍ତ୍ରୀ ମଧ୍ୟ ଆଲୋଚନା କରିଥିଲେ ।

ପ୍ରିଗୋଜିନ୍ ପୂର୍ବ ୟୁକ୍ରେନର ଫ୍ରଣ୍ଟଲାଇନ ଅଞ୍ଚଳ ଗସ୍ତ କରିବାର ଦିନକ ରେ ୟୁରୋପୀୟ ରାଷ୍ଟ୍ର ସଂଘର ସଭାପତି ରୋବର୍ଟା ମେଟୋସୋଲା ୟୁକ୍ରେନ ଗସ୍ତ କରିଥିଲେ । ସେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଥିଲେ । ଦୁଇ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା । ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବୃଦ୍ଧି ଏବଂ ରୁଷ ବିରୋଧୀ ପ୍ରତିବନ୍ଧକକୁ ମଜବୁତ କରିବା ପାଇଁ ଜେଲେନସ୍କି ରୋବର୍ଟା ମେଟୋସୋଲା କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ୟୁକ୍ରେନକୁ ୪୦୦ ମିଲିୟନ ଡଲାର ସୁରକ୍ଷା ସହାୟତା ପ୍ରଦାନ କରିଛି ।

ଏଥିରେ ରହିଛି ଅତ୍ୟାଧୁନିକ ଗୁଳିଗୋଳା, ରକେଟ୍ ଲଞ୍ଚର । ଏହି ପ୍ୟାକେଜ ଯୁଦ୍ଧକ୍ଷେତ୍ରରେ ସେନାକୁ ସଫଳତା ଆଣିଦେବ ବୋଲି ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭ କହିବା ସହ ଆମେରିକାକୁ ପ୍ରଶଂସା କରିଛନ୍ତି । ବାଖମୁଟ କଠିନ ପରିସ୍ଥିତିର ସାମ୍ନା କରୁଥିଲେ ମଧ୍ୟ ନିୟନ୍ତ୍ରଣରେ ଅଛି ବୋଲି ୟୁକ୍ରେନ ସୈନ୍ୟବାହିନୀର ମୁଖପାତ୍ର ସର୍ଗି ଚେରେଭାଟୀ କହିଛନ୍ତି । ବ୍ରିଟିଶ ପ୍ରତିରକ୍ଷା ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ୟୁକ୍ରେନ ଅଧିକ ଚାପରେ ରହିଛି । ତଥାି ୟୁକ୍ରେନ୍ ସେନା ଛଘୁଞ୍ଚା ଦେଉ ନାହିଁ । ରୁଷ ସେନା ଦାବି କରିଛି ୟୁକ୍ରେନ ଯୁଦ୍ଧବିମାନରୁ ଗୁଳି ବର୍ଷା ହେବାରୁ ଦକ୍ଷିଣ ବ୍ରାଇନ୍ସ୍ ଅଞ୍ଚଳରେ ଦୁଇ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ରୁଷର ଦାବିକୁ ୟୁକ୍ରେନ୍ ଖଣ୍ଡନ କରିଛି । ବାଖମୁଟ ଚାରିପାଖରେ ଚାଲିଥିବା ସଂଘର୍ଷପୂର୍ଣ୍ଣ ସଂଘର୍ଷ ରୁଷିଆର ୟୁକ୍ରେନ୍ରେ ଦୀର୍ଘତମ ଯୁଦ୍ଧ । ତଥାି ହାରମାନୁନି ୟୁକ୍ରେନ୍ ।

Leave A Reply

Your email address will not be published.