Masthead

ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ମିଳିଲା ହାଇକୋର୍ଟରୁ ଜାମିନ

କଟକ(ବଡ଼ ଖବର ବ୍ୟୁରୋ):  ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ମିଳିଲା ଜାମିନ । ସର୍ତ୍ତମୁଳକ ଜାମିନ ପ୍ରଦାନ କରିଛନ୍ତି ଓଡ଼ିଶା ହାଇାକାର୍ଟ ।୨୦୦୬ ମସିହାରେ ଗୁଣୁପୁର ଥାନାରେ ରୁଜୁ ଏକ ହତ୍ୟା ଉଦ୍ୟମ ମାମଲାରେ ସବ୍ୟସାଚୀଙ୍କୁ ଏହି ଜାମିନ ମିଳିଛି । ୧୬ଜଣ ସାକ୍ଷୀଙ୍କ ବୟାନରେ ଉକ୍ତ ମାମଲାରେ ସବ୍ୟସାଚୀଙ୍କ ସମ୍ପୃକ୍ତି ନଥିବା ନେଇ ପ୍ରମାଣ ଦର୍ଶାଇଥିଲେ ତାଙ୍କ ଓକିଲ । ଏହାପରେ ଉଚ୍ଚ ଅଦାଲତ ତାଙ୍କୁ ସର୍ତ୍ତମୂଳକ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ମାମଲାରେ ଜାମିନ ମିଳିଥିଲେ ବି ପୂର୍ବରୁ ତାଙ୍କ ନାଁରେ ଏକାଧିକ ମାମଲା ବିଚାରଧିନ ଥିବାରୁ ସେ ଜେଲରୁ ମୁକୁଳି ପାରିବେ ନାହିଁ । ସୂଚନା ଅନୁଯାୟୀ, ହାଇକୋର୍ଟ ଜଷ୍ଟିସ ଗୌରୀଶଙ୍କର ଶତପଥି ଖଣ୍ଡପୀଠ ଗୁଣୁପୁର ଥାନାରେ ରୁଜୁ ହଥ୍ୟା ଉଦ୍ୟମ ମାମଲାର ଶୁଣାଣି କରି ଜାମିନ ପ୍ରଦାନ କରିଛନ୍ତି । ଆବେଦନାକାରାଙ୍କ ପକ୍ଷରୁ ଆଇନଜୀବୀ ସୁଜାତା ଜେନା ମାମଲା ପରିଚାଳନା କରୁଥିଲେ ।୨୦୧୪ ମସିହାରୁ ଗିରଫ ହୋଇ ଜେଲ୍ରେ ଅଛନ୍ତି ସବ୍ୟସାଚୀ ପଣ୍ଡା । ୨୦୦୮ ନ୍ୟାଗଡ଼ ନକ୍ସଲ ଆକ୍ରମଣ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଭଳି ଜଘନ୍ୟ ଅପରାଧିକ ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସବ୍ୟସାଚୀ ପଣ୍ଡା । ମାଓବାଦୀ ସଂଗଠନରେ ସେ ମାଓ ନେତା ସୁନିଲ ନାମରେ ପରିଚିତ । ୨୦୧୩୪ ଜୁଲାଇ ୧୮ ତାରିଖରେ ବ୍ରହ୍ମପୁରରୁ ଗିରଫ ହୋଇଥିଲେ ସବ୍ୟସାଚୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ