Masthead

ଚୀନ୍ ସହ ମୁକାବିଲା ପାଇଁ ଭାରତୀୟ ସେନା ତୟାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚୀନ୍ ସହ ମୁକାବିଲା ପାଇଁ ଭାରତୀୟ ସେନା ତୟାର । ଚୀନକୁ ପାନେ ଦେବା ପାଇଁ ଭାରତୀୟ ସେନାର ଟ୍ୟାଙ୍କ ରେଜିମେଣ୍ଟ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଲଦାଖରେ ଟ୍ୟାଙ୍କ୍ ରେଜିମେଣ୍ଟର ଯବାନମାନେ ନିଜକୁ ପ୍ରସ୍ତୁତ କରିସାରିଛନ୍ତି । ସେମାନେ ବ୍ୟହାର କରିବାକୁଥିବା ଟ୍ୟାଙ୍କଗୁଡିକୁ ମଧ୍ୟ ବିକଶିତ କରାଯାଇଛି ।

ପୂର୍ବ ଲଦାଖର ଉଚ୍ଚ ଭୂମିରେ ଭାରତୀୟ ସେନାର ଯବାନମାନେ ଟ୍ୟାଙ୍କର ସହ ମୁତୟନ ହୋଇଛନ୍ତି । ସମୁଦ୍ର ପତ୍ତନଠାରୁ ୧୪ହଜାରରୁ ୧୭ହଜାର ଫୁଟ ଉଚ୍ଚରେ ମୁତୟନ ହୋଇଥିବା ଏହି ଯବାନମାନେ ନିଜକୁ ସ୍ଥାନୀୟ ପାଣିପାଗ ସହ ଖାପଖୁଆଇ ଚୀନର ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ତୟାର । ଟ୍ୟାଙ୍କ ଅପରେଟିଂ ପ୍ରଣାଳୀକୁ ଆହୁରି ବିକଶିତ କରିଛନ୍ତି ଯବାନମାନେ । ଭାରତୀୟ ସେନା ଟି -୯୦ ଭୀଷ୍ମ ଏବଂ ଟି -୭୨ ଅଜୟ ଟ୍ୟାଙ୍କ ସହିତ ପୃଥିବୀର ସବୁଠାରୁ ଉଚ୍ଚତମ ଯୁଦ୍ଧକ୍ଷେତ୍ର ଲଦାଖରେ ଚଳାଇଛନ୍ତି ଜୋରଦାର ପ୍ରସ୍ତୁତି ।

ଜଣେ ସେନା ଅଧିକାରୀ କହିଛନ୍ତି ପୂର୍ବ ଲଦାଖର ଏହି ଉଚ୍ଚତମ ସ୍ଥାନର ତାପମାତ୍ରା ମାଇନସ ୪୫ ଡିଗ୍ରୀରେ ମଧ୍ୟ ଯବାନମାନେ ସମରାଭ୍ୟାସ ଜାରି ରଖିଛନ୍ତି । ତାପମାତ୍ରା ଏବଂ ସ୍ଥାନୀୟ ଅଞ୍ଚଳ ସହ ଯବାନମାନେ ନିଜକୁ ଖାପଖୁଆଇ ଟ୍ୟାଙ୍କ ଚଳାଇବାର ଢେର ଅଭିଜ୍ଞତା ଅର୍ଜନ କରିସାରିଲେଣି । ପାଙ୍ଗଙ୍ଗ ହ୍ରଦ ଏବଂ ଗୋଗ୍ରା ପରି କେତେକ ସ୍ଥାନରେ ଭାରତ ଏବଂ ଚୀନ୍ ମଧ୍ୟରେ ମତଭେଦ ରହିଛି । ତଥାପି ଉଭୟ ପକ୍ଷ ପ୍ରକୃତ ନିୟନ୍ତ୍ରଣ ରେଖାରେ ବହୁ ସଂଖ୍ୟକ ସୈନ୍ୟ ଠୁଳ କରିଛନ୍ତି । ଚୀନ୍କୁ ମାତ୍ ଦେବା ପାଇଁ ଭାରତୀୟ ସେନା ଟ୍ୟାଙ୍କ ଏବଂ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇ ରହିଛି ।

ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭାରତୀୟ ସେନା ଗତ ଏକ ବର୍ଷ ହେବ ଲଦାଖ ଅଞ୍ଚଳରେ ବିଶାଳ ଭିତ୍ତିଭୂମି ନିର୍ମାଣ କରିସାରିଛି । ଶୀତଦିନେ ଯୁଦ୍ଧାସ୍ତ୍ରଗୁଡିକୁ ଖୋଲା ସ୍ଥାନରେ ରଖାଯିବ ନାହିଁ । ଟ୍ୟାଙ୍କ ଓ ଅନ୍ୟ ଯୁଦ୍ଧାସ୍ତ୍ରଗୁଡ଼ିକର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି ।ମେ ୨୦୨୦ରେ ପୂର୍ବ ଲଦାଖର ଫିଙ୍ଗର ଅଞ୍ଚଳ ଏବଂ ଗାଲୱାନ୍ ଉପତ୍ୟକାରେ ଚୀନ୍ ସେନା ପହଞ୍ଚିବା ପରେ ଭାରତୀୟ ସେନା ବହୁ ସଂଖ୍ୟକ ଯବାନଙ୍କୁ ସେଠାକୁ ପଠାଇଥିଲା । ପରେ ଗାଲୱାନ୍ ଉପତ୍ୟକାରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ