Masthead

ବ୍ରାହ୍ମଣଙ୍କୁ ବିବାହ କଲେ ମିଳିବ ୩ଲକ୍ଷ ଟଙ୍କା

କର୍ଣ୍ଣାଟକ(ବଡ଼ ଖବର): ସମାଜରେ ବ୍ର୍ରାହ୍ମଣଙ୍କ ସଂଖ୍ୟା କମିଯାଉଛି । ଏହି ସଂଖ୍ୟାକୁ ବୃଦ୍ଧି କରିବା ପାଇଁ ଆରମ୍ଭ ହୋଇଛି ସରକାରୀ ଯୋଜନା । ଗରିବ ବ୍ରାହ୍ମଣଙ୍କୁ ବିବାହ କଲେ ମିଳିବ ୩ଲକ୍ଷ ଟଙ୍କା । ବଧୂ କୁ ମିଳିବ ଏହି ଟଙ୍କା । ସରକାର ଏହି ଟଙ୍କା ଦେବେ । ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇସାରିଛି । ଏହି ସ୍କିମର ନାମ ‘ଅରୁନ୍ଧତୀ’ ରଖାଯାଇଛି ।

ଏଭଳି ସ୍କିମ ବାହାର କରିଛନ୍ତି କର୍ଣ୍ଣାଟକ ସରକାର । କର୍ଣ୍ଣାଟକରେ ପ୍ରାୟ ବର୍ଷେ ତଳେ ଏନେଇ ରାଜ୍ୟ ବ୍ରାହ୍ମଣ ବିକାଶ ବୋର୍ଡ ଗଠନ ହୋଇଥିଲା । ପ୍ରଥମ ଯୋଜନାରେ ୨୫ ବ୍ରାହ୍ମଣଙ୍କୁ ୩-୩ ଲକ୍ଷ ଟଙ୍କା ମିଳିବ ।ସେହିପରି ଦ୍ୱିତୀୟ ଯୋଜନାରେ ୫୫୦ ମହିଳାଙ୍କୁ ୨୫-୨୫ ହଜାର ଟଙ୍କା ଦିଆଯିବ। ମାତ୍ର ଏହା ସେହି ଝିଅ ମାନଙ୍କୁ ଦିଆଯିବ ଯିଏ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବ୍ରାହ୍ମଣଙ୍କୁ ବିବାହ କରିବେ । ଏନେଇ ସୂଚନା ଦେଇଛନ୍ତି କର୍ଣ୍ଣାଟକ ବ୍ରାହ୍ମଣ ବିକାଶ ବୋର୍ଡର ଚେୟାରମ୍ୟାନ୍ ତଥା ବିଜେପି ନେତା ଏଚ୍.ଏସ୍ ସଚ୍ଚିଦାନନ୍ଦ ମୂର୍ତ୍ତୀ।

କର୍ଣ୍ଣାଟକର ଜନସଂଖ୍ୟା ପ୍ରାୟ ୬ କୋଟି । ୩ ପ୍ରତିଶତ ବ୍ରାହ୍ମଣ ବୋଲି ଜଣାପଡ଼ିଛି। ସରକାର ଏଥିପାଇଁ ୧୪ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଏହା ଗରିବ ବ୍ରାହ୍ମଣ ପରିବାରର ପିଲାଙ୍କ ପାଠ ପଢ଼ାରେ ମଧ୍ୟ ସାହାଯ୍ୟ କରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା