ଏସଟିଏଫ୍ ହାତରେ ବଜ୍ରକାପ୍ତା ବେପାରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ଏସଟିଏଫ୍ କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଛି ବଜ୍ରକାପ୍ତା ବେପାରୀ। ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ୨ଗିରଫ । ଗୁରୁଜଙ୍ଗ ପିତାପଲିରୁ ରେଡ କରି ବଜ୍ରକାପ୍ତା ଜବତ କରିବା ସହ ଏକ କାର ଜବତ କରିଛି ଏସଟିଏଫ । ଗିରଫ ବ୍ୟକ୍ତି ହେଲେ କଳାହାଣ୍ଡିର କୈଳାସ ଖୋସଲା ଓ ନବରଙ୍ଗପୁରର ଚୈତନ ଭାତ୍ରା । ଦୁଇ ଜଣଙ୍କୁ ୱାଇଲ୍ଡ ଲାଇଫ ଆକ୍ଟରେ ଗିରଫ କରାଯାଇଛି । ପିତାପଲ୍ଲୀ ଛକ ନିକଟରେ ବିକ୍ରି ପାଇଁ ଡିଲ ଚାଲିଥିବାବେଳେ ମାଡ଼ିବସିଥିଲା ଏସଟିଏଫ୍।

ରାସ୍ତା କଡ଼ରେ କାର୍ ଭିତରେ ଚାଲିଥିଲା ବଜ୍ରକାପ୍ତା ଡ଼ିଲ୍। ଏସଟିଏଫ୍ ସେମାନଙ୍କ ନିକଟରୁ ଏକ କାର ଓ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ଜବତ କରିଛି। ସେମାନଙ୍କୁ ଗିରଫ କରି କୋର୍ଟକୁ ପଠାଯିବ ବୋଲି କହିଛି ପୋଲିସ୍। ସୁଚନାଯୋଗ୍ୟ ଯେ, ଗତ ୧ବର୍ଷ ମଧ୍ୟରେ ବନ୍ୟଜନ୍ତୁ ଅପରାଧୀଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଛି। ଏହି ମଧ୍ୟରେ ୫ଟି ଜୀବନ୍ତ ବଜ୍ରକାପ୍ତା ଓ ୧୫କେଜି ବଜ୍ରକାପ୍ତା କାତି ଧରିବାରେ ସଫଳ ହୋଇଛି ଏସଟିଏଫ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ