Masthead

ଆଜିଠୁ ମାଟ୍ରିକ ବୋର୍ଡ ପରୀକ୍ଷା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ବୋର୍ଡ ପରୀକ୍ଷା । ରାଜ୍ୟର ୩ ହଜାର ୮୨ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୬୧ ହଜାର ଛାତ୍ରଛାତ୍ରୀ। ପ୍ରଥମ ଦିନରେ ପ୍ରଥମ ଭାଷା ପରୀକ୍ଷା ହେବ । ସମସ୍ତ ପରୀକ୍ଷା ସକାଳ ୯ ଟାରୁ ସାଢେ ୧୧ ଯାଏଁ ଗୋଟିଏ ସିଟିଂରେ ହେବ । ତେବେ ଓଡ଼ିଶା ବୋର୍ଡ ଅଧିନରେ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ  ସ୍ବଚ୍ଛତା ଓ ତ୍ରୁଟିଶୂନ୍ୟ ଭାବେ ସାରିବା ବୋର୍ଡ କର୍ତ୍ତୁପକ୍ଷ ଓ ଗଣଶିକ୍ଷା ବିଭାଗ ପାଇଁ ବଡ ଆହ୍ବାନ । ୩୨୨ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ସୁରକ୍ଷା ବଳୟରେ ରଖାଯାଇଛି ।

ସମସ୍ତ ନୋଡାଲ ସେଣ୍ଟରକୁ ଭାଇରାଲ ରେଜିଷ୍ଟାନସ କରାଯାଇଛି । ପ୍ରତି ପ୍ରଶ୍ନପତ୍ରରେ QR କୋଡ୍ ଓ ୱାଟରମାର୍କ ରହିଛି । ଯାହାକି ପ୍ରଶ୍ନପତ୍ର ଲିକ୍ କିମ୍ବା ଅନିୟମିତତା ରୋକିବାରେ ସାହାଯ୍ୟ କରିବ । ନୋଡ଼ାଲ ସେଣ୍ଟର ସହ ପରୀକ୍ଷା କେନ୍ଦ୍ରଗୁଡ଼ିକ ସିସିଟିଭି  ସର୍ଭେଲାନ୍ସରେ ରଖାଯାଇଛି । କଣ୍ଟ୍ରୋଲ୍  ରୁମ୍‌ରୁ ସ୍ବତନ୍ତ୍ର ଭାବେ ମନିଟରିଂ କରାଯିବ । ୧୩୬୪ କେନ୍ଦ୍ରରୁ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ହବ୍ ଗୁଡିକ ଏଆଇ ବୈଷୟିକ ଜ୍ଞାନକୌଶଳ ନଜରରେ ରଖାଯାଇଛି । ସବୁ କେନ୍ଦ୍ରକୁ ଜଗିଛି ପୁଲିସ୍ । ସେହିପରି ପରୀକ୍ଷାରେ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ