Masthead

ବଜେଟ ଅଧିବେଶନର ତୃତୀୟ ଦିନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବି ଗୃହରେ ଲାଗି ରହିପାରେ ଅଚଳାଅବସ୍ଥା । ଚାଷୀ ସମସ୍ୟାକୁ ନେଇ ପୁଣି ଗୃହରେ ପ୍ରତିବାଦ କରିପାରନ୍ତି ବିରୋଧୀ । ଚାଷୀଙ୍କ ଧାନ ସରକାର କିଣୁ ନଥିବାରୁ ବିରୋଧୀ ଚାଷୀଙ୍କ ସ୍ୱର ସାଜି ସରକାରଙ୍କୁ ବିଧାନସଭାରେ ପ୍ରଶ୍ନ ପଚାରୁଛନ୍ତି । ବିରୋଧୀଙ୍କ ଚାଷୀ ପ୍ରସଙ୍ଗ ସହ ଯୋଡ଼ି ହୋଇ ପାରେ ରାଜ୍ୟର ବିପର୍ଯସ୍ତ ଆଇନ ଶୃଙ୍ଖଳା ସ୍ଥିତି। କଟକ ଯୁବକଙ୍କୁ ଗୁଳି କରି ହତ୍ୟା ପ୍ରସଙ୍ଗକୁ ନେଇ ଗୃହ ଉଷ୍ମ ହୋଇପାରେ ।

ସେହିପରି ଆଜି ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଖଣି ଓ ଇସ୍ପାତ, ଯୋଜନା ଓ ସଂଯୋଜନା, ବାଣିଜ୍ୟ ଏବଂ ପରିବହନ ଭଳି ଗୁରୁତ୍ତ୍ୱପୂର୍ଣ ବିଭାଗର ପ୍ରଶ୍ନକାଳ ରହିଛି । ଶୂନ୍ୟକାଳରେ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକମାନେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇପାରନ୍ତି । ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ । ସେହିପରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ୍ ପ୍ରସ୍ତାବରେ ଭାଗ ନେଇ ଗୃହରେ ନିଜର ବିବୃତି ରଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏସବୁକୁ ଦେଖିଲେ ଲାଗୁଛି ତୃତୀୟ ଦିନରେ ବି ବିଧାନସଭା ବେଶ ସରଗରମ ହେବାର ସମ୍ଭ।ବନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’