Masthead

ଏଟିଏମକୁ ଟଙ୍କା ବାହାର କରିବାକୁ ଯାଇ କୋଟିପତି

(ବଡ଼ ଖବର ବ୍ୟୁରୋ): ଫ୍ଲୋରିଡାର ଜଣେ ବୃଦ୍ଧା ମହିଳା ଘର ପାଖରେ ଥିବା ଏକ ଏଟିଏମକୁ ଟଙ୍କା ବାହାର କରିବାକୁ ଯାଇଥିଲେ । ଏଟିଏମରୁ ତାଙ୍କୁ ୧୪ଶହ ଟଙ୍କା ବାହାର କରିବାର ଥିଲା । ସେ ଯେତେବେଳେ ଏଟିଏମରୁ ୧୪ଶହ ଟଙ୍କା ବାହାର କଲେ, ସେ ଦେଖିଲେ ତାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଅଛି । ଏହା ଦେଖି ବୃଦ୍ଧା ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଡିପୋଜିଟ ହୋଇଛି ।

ଜୁଲିଆ ତାଙ୍କ ଆକାଉଣ୍ଟରୁ ଟଙ୍କା ବାହାର କରିବା ଆଗରୁ ବାଲାନ୍ସ ଚେକ କରିଥିଲେ । ଗତ ଶନିବାର ସିଏ ଯେତେବେଳେ ଏଟିଏମରୁ ବାହାରିଥିବା ରସିଦ ଦେଖିଲେ ତାଙ୍କ ଆକାଉଣ୍ଟରେ ୯୯୯,୯୮.୮୫୫.୯୪ ଡଲାର ଥିଲା । ଭାରତୀୟ ମୁଦ୍ରା ଅନୁଯାୟୀ ୭୪,୩.୧୯,୪.୭୮୦.୯୪ ଟଙ୍କା । ଯେତେବେଳେ ଜୁଲିଆ ଜାଣିଲେ ଯେ, ତାଙ୍କ ଆକାଉଣ୍ଟରେ କୋଟିକୋଟି ଟଙ୍କା ଅଛି, ତଥାପି ସେ ଏହି ଟଙ୍କାକୁ ସ୍ପର୍ଶ କରିନଥିଲେ । ବର୍ତ୍ତମାନ ସେ ଜଣେ ଅସ୍ଥାୟୀ କୋଟିପତି ହୋଇଛନ୍ତି । ଏହା କିପରି ଘଟିଲା ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ବ୍ୟାଙ୍କ କର୍ତ୍ତୃପକ୍ଷ ଏହାର ଅନୁସନ୍ଧାନ ଜାରି ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା