ତାତିଲେ ମହିଳା, ଘେରିଲେ ଥାନା

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ବ୍ଲକ ରଘୁନାଥପୁର ଗାଁର ଦୁଇଭଉଣୀ ମିଲି ରାଉତ ଓ ସସ୍ମିତା ଦାସଙ୍କ ପୈତୃକ ଜମି ଜବରଦଖଲକୁ ନେଇ ହୋଇଥିବା ବିବାଦ ଚରମସୀମାରେ ପହଞ୍ଚିଛି । ରଘୁନାଥପୁର ସରପଞ୍ଚ ପବିତ୍ର ପାତ୍ର ମିଲି ଓ ସସ୍ମିତାଙ୍କ ଜମି ଜବରଦଖଲ କରିବାକୁ ଉଦ୍ୟମ ଚଳାଇଛନ୍ତି । ମିଲି ଓ ସସ୍ମିତା ବିରୋଧ କରିବାରୁ ଅନେକ ସମୟରେ ସରପଞ୍ଚ ସେମାନଙ୍କ ସହ ଗଣ୍ଡଗୋଳ କରିବାରୁ ବାଧ୍ୟହୋଇ ସେମାନେ ନନ୍ଦନକାନନ ଥାନାର ଦ୍ୱାରସ୍ଥ ହୋଇଥିଲେ । ସେମାନେ ସରପଞ୍ଚ ପବିତ୍ରଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । ମାତ୍ର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା ।

ପୋଲିସର ମନମାନିକୁ ବିରୋଧ ଓ ସରପଞ୍ଚଙ୍କ ଗିରଫ ଦାବିରେ ରଘୁନାଥପୁର ଗାଁର ମହିଳାମାନେ ଆଜି ତାତିଥିଲେ । ମିଲି ଓ ସସ୍ମିତାଙ୍କ ନେତୃତ୍ୱରେ ଶହ ଶହ ମହିଳା ନନ୍ଦନକାନନ ଥାନା ଘେରାଉ କରିଥିଲେ । ମହିଳାମାନେ ଦୀର୍ଘ ସମୟ ଥାନା ଘେରାଉ କରିବା ପରେ ଡିସିପି ଉମାଶଙ୍କର ଦାଶ ଘଟଣାରେ ହସ୍ତକ୍ଷେପ କରିଥିଲେ। ଡିସିପିଙ୍କ ନିର୍ଦ୍ଦେଶରେ ନନ୍ଦନକାନନ ଥାନା ଆଇଆଇସି ବିଶ୍ୱରଞ୍ଜନ ସେନାପତି ମିଲି ଓ ସସ୍ମିତାଙ୍କ ଏତଲା ଗ୍ରହଣ କରି ଅଭିଯୁକ୍ତ ସରପଞ୍ଚ ପବିତ୍ର ପାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।

ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ଶାନ୍ତ ପଡ଼ିଥିଲେ । ମିଲି ଓ ସସ୍ମିତାଙ୍କ ଅଭିଯୋଗ ସମ୍ପର୍କରେ ‘ବଡ଼ ଖବର’ ପକ୍ଷରୁ ସରପଞ୍ଚ ପବିତ୍ରଙ୍କ ସହ ଯୋଗଯୋଗ କରାଯାଇଥିଲା । ସେ କହିଛନ୍ତି ଯେ, ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ମିଥ୍ୟା ଓ ମନଗଢ଼ା । ଘଟଣା ସମ୍ପର୍କରେ ସେ କିଛି ଜାଣିନାହାନ୍ତି ବୋଲି କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!