Masthead

ମୋ ବସ କଣ୍ଡକ୍ଟରଙ୍କ ଦାଦାଗିରି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଣ୍ଡକ୍ଟରଙ୍କ ଦାଦାଗିରି । ମୋ ବସରେ କାର୍ଯ୍ୟ କରୁଥିବା କଣ୍ଡକ୍ଟରଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ । ରବିବାର ନନ୍ଦନକାନନ ଆସିଥିବା ୨୫ଜଣ ପର୍ଯ୍ୟଟକ ଫେରିବାକୁ ବସରେ ବସିଥିଲେ । ଟିକେଟ କରି ଦୁଇ ଘଣ୍ଟା ଅପେକ୍ଷା କରିଥିଲେ ସୁଦ୍ଧା ବସ ଛାଡ଼ି ନ ଥିଲା । କଣ୍ଡକ୍ଟରଙ୍କୁ ଯାତ୍ରୀମାନେ ପଚାରିବାକୁ ସେ ଅଶ୍ଳୀଳ ଭାଷାରେ ଗାଳି କରିଥିଲେ । ଟଙ୍କା ଫେରାଇବାକୁ ମଧ୍ୟ ମନା କରି ଦେଇଥିଲେ । ଶେଷରେ ବାଧ୍ୟ ହୋଇ ନନ୍ଦନକାନନ ପୋଲିସ ଘଟଣାରେ ହସ୍ତକ୍ଷେପ କରି ସମାଧାନ କରିଥିଲା । କଣ୍ଡକ୍ଟରଙ୍କୁ ପୋଲିସ ତାଗିଦ କରିବା ସହ ଯାତ୍ରୀଙ୍କ ଟଙ୍କା ଫେରସ୍ତ କରାଇଥିଲା । କଣ୍ଡକ୍ଟରଙ୍କ ଏଭଳି ଦାଦାଗିରିକୁ ସାଧାରଣରେ ନିନ୍ଦା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା