Masthead

ବିପୁଳ ବାଣ ଜବତ: ବ୍ୟବସାୟୀ ଅଟକ

ଓଡଗାଁ (ବଡ଼ ଖବର ବ୍ୟୁରୋ): କରୋନା କଟକଣା ପରିପ୍ରେକ୍ଷୀରେ ବାଣ ବିକ୍ରି ଓ ବାଣ ଫୁଟାଇବା ସମ୍ପୂର୍ଣ ନିଷେଧ । ଦୀପାବଳି ସନ୍ଧ୍ୟା ଆସୁ ଆସୁ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ଗଳି କନ୍ଦିରେ ଲୋକେ ବେଧଡ଼କ ବାଣ ଫୁଟାଇଥିଲେ । ସତେ ଯେମିତ ନିଷେଧାଜ୍ଞା ସମ୍ପର୍କରେ ସମସ୍ତେ ଅଜ୍ଞ । ହେଲେ ବାଣ ଫୁଟିବା ସହିତ ସଚେତନ ନାଗରିକଙ୍କ ସାମାଜିକ ଗଣମାଧ୍ୟମରେ କଟାକ୍ଷ ପୋଷ୍ଟିଂ କ୍ରମଶଃ ପ୍ରଶାସନିକ ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଆଲୋଚନା ହେଉଛି । ଏପରି ସ୍ଥଳେ ସ୍ଥାନୀୟ ପୋଲିସ ବାଣ ବେପାରୀଙ୍କୁ ଠାବ କରିବାକୁ ଯତ୍ନବାନ ହୋଇଥିଲା । ସ୍ଥାନୀୟ ବଜାରର ଏକ ବାଣ ଗୋଦାମରେ ପୋଲିସ ଚଢ଼ଉ କରି ବିପୁଳ ବାଣ ଜବତ କରିଛି । ଜବତ ବାଣର ଅନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ପୋଲିସ ଏକ ମାମଲା ରୁଜୁ କରି ବାଣ ବ୍ୟବସାୟୀ ସୁରେଶ ପାତ୍ରଙ୍କୁ ଅଟକ ରଖିଥିବା ଆଇଆଇସି ପ୍ରଜ୍ଞା ପରମିତା ଜେନା ସୂଚନା ଦେଇଛନ୍ତି । ପୋଲିସ ଏସଆଇ ସଞ୍ଜୟ କୁମାର ପରିଡ଼ା, ସ୍ନେହଲତା ପ୍ରଧାନ, ଏଏସଆଇ ରମେଶ କୁମାର ବେହେରାଙ୍କ ସମେତ ପୋଲିସ ଫୋର୍ସ ଚଢ଼ଉରେ ସାମିଲ ହୋଇଥିଲେ । ଅନ୍ୟପକ୍ଷେ ଯଥା ପୂର୍ବଂ ତଥା ପରଂ ପୂର୍ବ ସନ୍ଧ୍ୟା ପରି ଆଜି ମଧ୍ୟ ସାହି ସାହିରେ ବାଣ ଫୁଟିଥିଲା

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ