ବିପୁଳ ବାଣ ଜବତ: ବ୍ୟବସାୟୀ ଅଟକ

ଓଡଗାଁ (ବଡ଼ ଖବର ବ୍ୟୁରୋ): କରୋନା କଟକଣା ପରିପ୍ରେକ୍ଷୀରେ ବାଣ ବିକ୍ରି ଓ ବାଣ ଫୁଟାଇବା ସମ୍ପୂର୍ଣ ନିଷେଧ । ଦୀପାବଳି ସନ୍ଧ୍ୟା ଆସୁ ଆସୁ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ଗଳି କନ୍ଦିରେ ଲୋକେ ବେଧଡ଼କ ବାଣ ଫୁଟାଇଥିଲେ । ସତେ ଯେମିତ ନିଷେଧାଜ୍ଞା ସମ୍ପର୍କରେ ସମସ୍ତେ ଅଜ୍ଞ । ହେଲେ ବାଣ ଫୁଟିବା ସହିତ ସଚେତନ ନାଗରିକଙ୍କ ସାମାଜିକ ଗଣମାଧ୍ୟମରେ କଟାକ୍ଷ ପୋଷ୍ଟିଂ କ୍ରମଶଃ ପ୍ରଶାସନିକ ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଆଲୋଚନା ହେଉଛି । ଏପରି ସ୍ଥଳେ ସ୍ଥାନୀୟ ପୋଲିସ ବାଣ ବେପାରୀଙ୍କୁ ଠାବ କରିବାକୁ ଯତ୍ନବାନ ହୋଇଥିଲା । ସ୍ଥାନୀୟ ବଜାରର ଏକ ବାଣ ଗୋଦାମରେ ପୋଲିସ ଚଢ଼ଉ କରି ବିପୁଳ ବାଣ ଜବତ କରିଛି । ଜବତ ବାଣର ଅନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ପୋଲିସ ଏକ ମାମଲା ରୁଜୁ କରି ବାଣ ବ୍ୟବସାୟୀ ସୁରେଶ ପାତ୍ରଙ୍କୁ ଅଟକ ରଖିଥିବା ଆଇଆଇସି ପ୍ରଜ୍ଞା ପରମିତା ଜେନା ସୂଚନା ଦେଇଛନ୍ତି । ପୋଲିସ ଏସଆଇ ସଞ୍ଜୟ କୁମାର ପରିଡ଼ା, ସ୍ନେହଲତା ପ୍ରଧାନ, ଏଏସଆଇ ରମେଶ କୁମାର ବେହେରାଙ୍କ ସମେତ ପୋଲିସ ଫୋର୍ସ ଚଢ଼ଉରେ ସାମିଲ ହୋଇଥିଲେ । ଅନ୍ୟପକ୍ଷେ ଯଥା ପୂର୍ବଂ ତଥା ପରଂ ପୂର୍ବ ସନ୍ଧ୍ୟା ପରି ଆଜି ମଧ୍ୟ ସାହି ସାହିରେ ବାଣ ଫୁଟିଥିଲା

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!