ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ା ଚାଲିଲା ମୋହନ ସରକାରଙ୍କ ବୁଲଡୋଜର । ଝାରସୁଗୁଡ଼ା ବନ୍ଧବାହାଲରେ ଚାଲିଲା ବୁଲଡୋଜର । ଅପରାଧିକ ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପତ୍ତିରେ ଚାଲିଲା ବୁଲଡୋଜର । ଏମଡି ସୋନୁ ଜବରଦଖଲ କରିଥିବା ଜାଗାରେ ଚାଲିଲା । ବୁଲଡୋଜର ଚଢାଇ ଜବରଦଖଲ ଉଚ୍ଛେଦ କରାଯାଇଛି । ମାଂସ ଦୋକାନ, ଗ୍ୟାରେଜ ଓ ରାସନ ଦୋକାନ ଗୁଣ୍ଡ ହୋଇଯାଇଛି ।
ଏମଡି ସୋନୁ ନାଁରେ ୪ଟି ଅପରାଧିକ ମାମଲା ରହିଛି । ପରିବାର ନାଁରେ ରହିଛି ୩୦ରୁ ଅଧିକ ମାମଲା ଥିବା ଜଣାପଡ଼ିଛି । ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ମୋହନ ସରକାରଙ୍କ ଏହି କଡା ଆଭିମୁଖ୍ୟ ଗ୍ରହଣ କରି ବନ୍ଧବାହାଲରେ ଏହି ଜବରଦଖଲ ଉଛେଦ କରାଯାଇଛି । ଆଗାମୀ ଦିନରେ ଖଡାମ ଏବଂ ସରଣ୍ଡାମାଲ ମୌଜାରେ ଜବର ଦଖଲ ଉଛେଦ କରାଯିବ ବୋଲି କୁହାଯାଇଛି ।