Masthead

‘ନୂତନ ଚାକିରି ସୃଷ୍ଟି କରି ନିଯୁକ୍ତି ଦିଅ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ରାଜ୍ୟ କମିଟି ପକ୍ଷରୁ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଗଠନ କରାଯାଇଥିବା ନୂତନ ସରକାର ତାଙ୍କର ନିର୍ବାଚନ ପ୍ରତିଶ୍ରୁତି ପାଳନ କରି ରାଜ୍ୟ ତଥା ବିଭିନ୍ନ ଜିଲ୍ଲା ସ୍ତରରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ଅଧିକାରୀମାନଙ୍କୁ ତୁରନ୍ତ ଚାକିରିରୁ ବିଦା କରି ନୂତନ କର୍ମ ନିଯୁକ୍ତି ସୃଷ୍ଟି କରିବାକୁ ଦାବି କରାଯାଇଛି ।

ସାରା ରାଜ୍ୟରେ ୫ଲକ୍ଷରୁ ଉର୍ଦ୍ଧ୍ଵ ବେକାର ଛାତ୍ରଛାତ୍ରୀ କର୍ମ ନିଯୁକ୍ତି ପାଇଁ ଅପେକ୍ଷା କରିଥିବା ବେଳେ ଅବସରପ୍ରାପ୍ତ ଅଧିକାରୀମାନଙ୍କୁ ନିଯୁକ୍ତି କରି ରାଜ୍ୟ ସରକାର ଧଳା ହାତୀମାନଙ୍କୁ ପୋଷୁଛନ୍ତି । ସଚିବାଳୟ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅବସର ନେବା ପରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ନୂତନ ଚାକିରି ସୃଷ୍ଟି କରି ନିଯୁକ୍ତି ଦେବା ପାଇଁ ତୁରନ୍ତ ବ୍ୟବସ୍ଥା କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ସରକାର ଗଠନର ମାସେ ଅତିକ୍ରମ କରିଥିବାରୁ ରାଜ୍ୟ ସରକାର ଆଗାମୀ ଏକ ମାସ ମଧ୍ୟରେ ସମସ୍ତ ଅବସର ପ୍ରାପ୍ତ ଅଧିକାରୀଙ୍କ ପଦବୀ ଉଚ୍ଛେଦ କରିବା ପାଇଁ ବିଧୁବଦ୍ଧ ବିଜ୍ଞପ୍ତି ଜାରି କରିବା ପାଇଁ ସଂଗଠନ ଦାବି କରିଛି ।

ଗଞ୍ଜାମ ଜିଲ୍ଲାରେ ସଂଗଠନ ବ୍ୟାପକ କରିବା ପାଇଁ ଆସନ୍ତା ଅଗଷ୍ଟ ୧ ତାରିଖରୁ ୯ ତାରିଖ ଅଗଷ୍ଟ କ୍ରାନ୍ତି ଦିବସ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରାଯାଇ ଜନସଚେତନତା ସୃଷ୍ଟି କରାଯିବ । ବିଗତ ବର୍ଷ ମାନଙ୍କରେ ଭ୍ରଷ୍ଟାଚରର ମାତ୍ରା ବିଭିନ୍ନ କ୍ଷେତ୍ରରେ ବୃଦ୍ଧି ପାଉଥିବାରୁ ସଂଗଠନ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ଭ୍ରଷ୍ଟାଚାରକୁ ଦୂରକରିବା ପାଇଁ ବିଭିନ୍ନ ସ୍ତରରେ ହେଉଥି ବା ଦୁର୍ନୀତି ସଂପର୍କରେ ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ଓ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତାଙ୍କୁ ଜଣାଇଲେ ରାଜ୍ୟ ସରକାରଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଗଠନ ପକ୍ଷରୁ ବ୍ୟବସ୍ଥା କରାଯିବ । ବିଭିନ୍ନ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆସୁଥିବା ଅର୍ଥର ସଂହଭାଗ ଦୁର୍ନୀତି ଗ୍ରସ୍ତ ସରକାରୀ କର୍ମଚାରୀ କିଛି ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସାଧାରଣ ଲୋକଙ୍କ ଅର୍ଥକୁ ଲୁଟ୍ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ