Masthead

ମରକ୍କୋରେ ଭୂକମ୍ପ ତାଣ୍ଡବ; ମୃତ୍ୟୁସଂଖ୍ୟା ୨ ହଜାର ପାର୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମରକ୍କୋରେ ଭୂକମ୍ପ ତାଣ୍ଡବ । ମୃତ୍ୟୁସଂଖ୍ୟା ୨ ହଜାର ପାର୍ । ଏପର୍ଯ୍ୟନ୍ତ ଅଢ଼େଇ ହଜାର ଲୋକ ଆହତ ହେବା ସହ , ପ୍ରାୟ ୨ ହଜାର ଲୋକଙ୍କ ଅବସ୍ଥା ସଂକଟାପନ୍ନ ଥିବା ନେଇ ଶନିବାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଭୂମିକମ୍ପର ପ୍ରଭାବ ପ୍ରାୟ ୭୨ କିଲୋମିଟର ପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ବଡ଼ବଡ଼ କୋଠା ଧ୍ୱଂସାବଶେଷ ତଳେ ଆହୁରି ଫସିଥିବା ଆଶଙ୍କା କରାଯାଉଛି ।  ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ପକ୍ଷରୁ ଚାଲିଛି ଉଦ୍ଧାର କାର୍ଯ୍ୟ । ଏସବୁ ଭିତରେ ମୃତ୍ୟ ସଂଖ୍ୟା ଆହୁରି ବଢିବ ବୋଲି କୁହାଯାଉଛି । ୬ ଦଶମିକ ୮ ତୀବ୍ରତାର ଭୂମିକମ୍ପରେ ଧରାଶାୟୀ ହୋଇପଡିଛି ଆଫ୍ରିକୀୟ ଦେଶ । ଗତ ଗୁରୁବାର ରାତି ପାଖାପାଖି ୧୧ଟାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା ।

ଆମେରିକାର ଭୌଗୋଳିକ-ସର୍ବେକ୍ଷଣ ସଂସ୍ଥାର ତଥ୍ୟ ଅନୁଯାୟୀ ଗୁରୁବାର ରାତି ୧୧ଟା ୧୧ରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ରହିଥିଲା ୬.୮ । କିଛି ସେକେଣ୍ଡ ପାଇଁ ଝଟକା ଅନୁଭୂତ ହୋଇଥିଲା । ଏହାର ୧୯ ମିନିଟ ପରେ ଆଉ ଏକ ଭୂମିକମ୍ପର ଝଟକା ଲାଗିଥିଲା ।ତେବେ ଏହା ଅପେକ୍ଷାକୃତ ଦୁର୍ବଳ ଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୪.୯ ମପାଯାଇଥିଲା । ତେବେ ମରୋକ୍କୋର ନିଜସ୍ୱ ଭୂମିକମ୍ପ ଗବେଷଣା ସଂସ୍ଥା ପ୍ରଥମ ଭୂମିକମ୍ପର ତୀବ୍ରତା ୭ ପଏଂଟ ରହିଥିଲା ବୋଲି କହିଛି । ପ୍ରାୟ୬୦ ବର୍ଷ ଭିତରେ ଏହା ସବୁଠୁ ଶକ୍ତିଶାଳୀ ଭୂମିକମ୍ପ ବୋଲି ସୂଚନା ମିଳିଛି । ତେବେ ମରକ୍କୋ ସରକାରଙ୍କ ପକ୍ଷରୁ ୩ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ଘୋଷଣା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା