Masthead

ନାଗାର୍ଜୁନ ବେଶ ଲାଗି ପ୍ରସ୍ତୁତି ଆରମ୍ଭ

ପୁରୀ,(ବଡ଼ ଖବର ବ୍ୟୁରୋ): ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ । ଆଜିଠାରୁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । ଦୀର୍ଘ ୨୫ବର୍ଷ ପରେ ଏହି ଦୁର୍ଲଭ ବେଶରେ ସଜ୍ଜିତ ହେବେ ମହାପ୍ରଭୁ । ମସ୍ତକରେ ହାଣ୍ଡିଆ, ହାତରେ ଛୁରୀ,କଟାରୀ, ଶ୍ରୀମୁଖରେ ଲମ୍ବ ଦାଢି ଭଳି ଅନନ୍ୟ ଓ ଅପୁର୍ବ ନାଗାବେଶରେ ଦର୍ଶନ ଦେବେ ମହାପ୍ରଭୁ । ନଭେମ୍ବର ୨୭ତାରିଖରେ ଅନୁଷ୍ଠିତ ହେବ ଏହି ବେଶ । ଏ ବର୍ଷ ପଞ୍ଚୁକ ୫ଦିନ ବଦଳରେ ୬ଦିନ ପଡ଼ୁଥିବାରୁ ମହାପ୍ରଭୁଙ୍କ ନାଗାବେଶ ପାଇଁ ମାସକ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ଥୁତି । ଆଜି ବେଶ ଅନୁକୂଳ ଥିବାରୁ ସନ୍ତରା ପଟ, ସୋଲ ଓ ବେତ ଆଦିରେ ନାଗାର୍ଜୁନ ବେଶ ପାଇଁ ସରଞ୍ଜାମ ପ୍ରସ୍ଥୁତ କରାଯାଇଛି ।

୨୫ବର୍ଷ ପରେ ଏହି ଦୁର୍ଲଭ ବେଶ ହେଉଥିବାରୁ ଏହାକୁ ନେଇ ବେଶ ଭାବବିହ୍ୱଳ ହୋଇପଡ଼ିଛନ୍ତି ଶିଳ୍ପୀ । ଅନ୍ୟପଟେ କରୋନା କଟକଣା ପାଇଁ ମନ୍ଦିର ବନ୍ଦ ଥିବାରୁ ନାଗାର୍ଜୁନ ବେଶରେ ମହାପ୍ରଭୁଙ୍କୁ ଦର୍ଶନ ନ କରିପାରନ୍ତି ଭକ୍ତ । ଏନେଇ ସରକାର କିଛି ବ୍ୟବସ୍ଥା କରିବା ପାଇଁ ନିବେଦନ କରିଛନ୍ତ ଭକ୍ତ ଓ ଜଗନ୍ନାଥ ସଂସ୍କୃତିପ୍ରେମୀ । ଏହା ପୂର୍ବରୁ ୧୯୬୬,୧୯୬୭,୧୯୬୮, ୧୯୯୩ ଓ ୧୯୯୪ରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଅନୁଷ୍ଟିତ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ