Masthead

ଦାଦାଙ୍କୁ ଧରିବାକୁ ଯାଇ ମାଡ଼ ଖାଇଲା ପୋଲିସ

ଭୁବନେଶ୍ୱର,(ବଡ଼ ଖବର ବ୍ୟୁରୋ): ଦାଦାଙ୍କୁ ଧରିବାକୁ ଯାଇ ମାଡ଼ ଖାଇଲା ପୋଲିସ । ‘ଦାଦାବଟିକୁ ନା’ ମିଶନ ଆରମ୍ଭ କରଛି କମିଶନରେଟ୍ ପୋଲିସ । ବଟି ମାଗୁଥିବା ଦାଦାଙ୍କ ବିରୋଧରେ କାର୍ଯ୍ୟନୁଷ୍ଟାନ ନେବାକୁ ଯାଇ ଅଭିଯୁକ୍ତର ମା’ ଓ ଭଉଣୀଙ୍କ ମାଡ଼ର ଶିକର ହୋଇଛି ନୟାପଲ୍ଲୀ ପୋଲିସ । ଏସ୍ଆଇ ବିଜୟ କୁମାର ବାରିକଙ୍କ ଅଭିଯୋଗ ଅନୁସାରେ ନୟାପଲ୍ଲୀ ଥାନାରେ ଏକ ମାମଲା ରୁଜୁ ହୋଇଛି । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ କୁମାର ସେଠୀ ଓ ଆକ୍ରମଣକରୀ ମା ଅନ୍ନପୂର୍ଣ୍ଣା, ଭଉଣୀ ବିଷ୍ଣୁପ୍ରିୟାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ପୋଲିସ ।
ସୂଚନା ଅନୁଯାୟୀ ଭୁବନେଶ୍ୱର ସାଲିଆସାହିରେ ଦାଦାବଟି ମାଗୁଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଯାଇଥବା ନୟାପଲ୍ଲୀ ଥାନା ପୋଲିସ ଟିମ ଉପରେ ଆକ୍ରମଣ କରିଛନ୍ତି ଜଣେ ଅଭୁଯୁକ୍ତର ମା’ ଓ ଭଉଣୀ । ଏଥିରେ ଏସଆଇ ବିଜୟ କୁମାର ବାରିକ, କନେଷ୍ଟବଳ ଜ୍ୟୋତ୍ସ୍ନାରାଣୀ ସାହୁ, ହୋମଗାର୍ଡ ଦୀପ୍ତିରଞ୍ଜନ ପାଟ୍ଟଶାଣୀ ଆହତ ହୋଇଛନ୍ତି । ଅଭିଯୁକ୍ତର ମା’ ଓ ଭଉଣୀ ମିଳିତ ଭାବେ ପୋଲିସ କର୍ମଚାରୀଙ୍କୁ ବିଧା, ଗୋଇଠା ସହ କାଠଫାଳିଆରେ ନିର୍ଘାତ ମାଡ଼ ମାରିଥିଲେ ।

ସାଲିଆସାହି ତାରଣୀ ବସ୍ତିରେ ରହୁଥିବା ରିଆସତ ଖାନ ଓ ତାଙ୍କ ସ୍ତ୍ରୀ ଗତ ୨୦ତାରିଖ ରାତି ପ୍ରାୟ ୧୦ଟାରେ ସ୍କୁଟିରେ ଘରକୁ ଫେରୁଥିଲେ । ଏହି ସମୟରେ ସଞ୍ଜୟ ଓ ତା ସହଯୋଗୀ ପ୍ରଶାନ୍ତ ଓରଫ ଲିଟୁ ସେମାନଙ୍କୁ ଅଟକାଇ ୩୦ହଜାର ଟଙ୍କା ବଟି ମାଗିଥିଲେ । ରସିଆତ ଟଙ୍କା ନଦେବାରୁ ସେମାନେ ତାଙ୍କ ସ୍କୁଟି ଛଡ଼ାଇ ରଖିଥିଲେ । ଏନେଇ ରସିଆତ ଥାନାରେ ଅଭିଯୋଗ କରିବା ପରେ ଏସଆଇ ବିଜୟ ବାରିକଙ୍କ ନେତୃତ୍ୱରେ ପୋଲିସ ଟିମ ଗୁରୁବାର ଅପରାହ୍ନରେ ସଞ୍ଜୟ ଘରେ ପହଁଚି ତଦନ୍ତ କରିଥିଲା । ସେହି ସମୟରେ ଅଭିଯୁକ୍ତର ମା’ ଓ ଭଉଣୀ ମିଶି ପୋଲିସକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ କାଠା ଫାଳିଆରେ ଅକ୍ରମଣ କରିଥିଲେ । ଏପରିକି ବିଜୟଙ୍କ ବେକରୁ ସୁନା ଚେନ ମଧ୍ୟ ଲୁଟି ନେଇଥିଲେ । କାଠଫାଳିଆ ମାଡରେ ଜଣେ କନେଷ୍ଟବଳଙ୍କ ହାତ ମଧ୍ୟ ଭାଙ୍ଗି ଯାଇଛି । ନିଜ ଜୀବନ ରକ୍ଷା କରି ପୋଲିସ ସେଠାରୁ ଫେରିଆସିଥିଲା । ଶୁକ୍ରବାର ଅଧିକ ଫୋର୍ସ ସହିତ ନୟାପଲ୍ଲୀ ଥାନା ପୋଲିସ ସାଲିଆସାହିରେ ପହଁଚି ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସ୍କୁଟି ଉଦ୍ଧାର କରିଛି । ସଞ୍ଜୟ ସେଠୀ, ପ୍ରସାନ୍ତ ଓରଫ ଲିଟୁ ସହଯୋଗୀଙ୍କ ସହ ସାଲିଆସହିରେ ବିଭିନ୍ନ ଛୋଟ ଦୋକାନରୁ ବଟି ଆଦୟ କରନ୍ତି । ବାହାରୁ ଗୁଣ୍ଡା ଆଣି ସାହି ଭିତରେ ଗଣ୍ଡଗୋଳ ମଧ୍ୟ କରୁଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ