Masthead

ଚିତ୍ରା ଗେଣ୍ଡାଳିଆ ମୃତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିହଙ୍ଗ ସାରଣୀରେ ରହୁଥିବା ବିରଳ ଚିତ୍ରା ଗେଣ୍ଡାଳିଆର ଶୁକ୍ରବାର ମୃତ୍ୟୁ ହୋଇଛି । ପର୍ୟ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିବା ଏହି ଗେଣ୍ଡାଳିଆର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଠ ହୋଇନାହିଁ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡ଼ିବ । ପ୍ରାଣୀ ବିଭାଗର ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି ।

ଆଜି ଚିତ୍ରା ଗେଣ୍ଡାଳିଆଟି ଅଚାନକ ଅସୁସ୍ଥ ହୋଇପଡିଥିଲା । ଖୁଆଡ଼ ମଧ୍ୟରେ ଛଟପଟ ହେଉଥିଲା ଗେଣ୍ଡାଳିଆ । ଜନ୍ତୁ ବିଭାଗ ଦାୟିତ୍ୱରେ ଥିବା ରେଞ୍ଜ ଅଫିସରଙ୍କ ଅବହେଳା ଯୋଗୁଁ ପକ୍ଷୀଟି ଛଟପଟ ହୋଇ ମରି ପଡିଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଅସୁସ୍ଥ ଅବସ୍ଥାରେ ଯଦି ଉପଯୁକ୍ତ ଚିକିତ୍ସା କରାଯାଇ ଥାନ୍ତା ହୁଏତ ଗେଣ୍ଡାଳିଆଟି ବଞ୍ଚିପାରିଥାଆନ୍ତା ବୋଲି କୁହାଯାଉଛି । ଗେଣ୍ଡାଳିଆର ମୃତ୍ୟୁ ଖବର ପାଇବା ପରେ ପକ୍ଷୀପ୍ରେମୀଙ୍କ ମହଲରେ ଅସନ୍ତୋଷ ଲାଗିରହିଛି । ଏହି ଗେଣ୍ଡାଳିଆଟିର ମୃତ୍ୟୁ ପରେ ଚିତ୍ରା ଗେଣ୍ଡାଳିଆଙ୍କ ସଂଖ୍ୟା ୨୫କୁ ଖସି ଆସିଛି ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦେଶକ ବିମଳ ଆଚାର୍ଯ୍ୟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ