Before Header

କୋଲାବ ଜଳଭଣ୍ଡାରରେ ବୁଡି ମହିଳାଙ୍କ ମୃତ୍ୟୁ

0 109

ଲମତାପୁଟ(ବଡ଼ ଖବର ବ୍ୟୁରୋ): କୋଲାବ ଜଳଭଣ୍ଡାରରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ଲମତାପୁଟ ବ୍ଲକ ଟେରାଗୁଡା ଗ୍ରାମରେ । ଟେରାଗୁଡା ଗ୍ରାମର ଇରାମଣି ମୁଦୁଲି ସକାଳୁ ଶୌଚ ହେବାପଇଁ କୋଲାବ ଜଲଭଣ୍ଡାରକୁ ଯାଇଥିଲେ । ହଠାତ୍ ଗୋଡ଼ ଖସି ଯିବାରୁ ଜଳଭଣ୍ଡାରରେ ବୁଡି ନିଖୋଜ ହୋଇ ଯାଇଥିଲେ । ଇରା ଘରକୁ ଫେରିବାରେ ଡେରି ହେବାରୁ ଶେଷରେ ଖୋଜା ଖୋଜି କରିଥିଲେ ।

ଗ୍ରାମ ନିକଟରେ ଥିବା ଜଲଭଣ୍ଡାର ନିକଟରେ ଚପଲ ଦେଖି ସନ୍ଦେହରେ ଲମତାପୁଟ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ପହଁଚି ଜଳଭଣ୍ଡାରରେ ଖୋଜାଖୋଜି କରିବା ବେଳେ ୨୫ ଫୁଟ ଗଭୀର ଜଳରେ ମହିଳାଙ୍କ ମୃତ ଦେହ ରହିଥିଲା । ଅଗ୍ନିଶମ ବାହିନୀ କୂଳକୁ ଉଦ୍ଧାର କରି ଆଣିଥିଲେ । ମହିଳାଙ୍କ ମୃତ ଦେହକୁ ଲମତାପୁଟ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି । ଏଭଳି ଅଭାବନୀୟ ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

 

Leave A Reply

Your email address will not be published.