Masthead

ନବୀନ ନିବାସରେ ବଡ଼ ହଲଚଲ, କଳିକେଶଙ୍କୁ ଡାକିଲେ ନବୀନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବୀନ ନିବାସରେ  କଳିକେଶ ନାରାୟଣ ସିଂହଦେଓ। କଳିକେଶଙ୍କୁ ବଡ଼ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି । କଳିକେଶଙ୍କୁ ନେତୃତ୍ୱ ଦେବା ପାଇଁ ୨ ଦିନ ତଳେ ଚର୍ଚ୍ଚା ହେଉଥିଲା।ନେତୃତ୍ୱ ଦେବାକୁ ଦିବ୍ୟଶଙ୍କର ମିଶ୍ର ଓ ଦେବେଶ ଆଚାର୍ଯ୍ୟ ସୁପାରିସ କରିଥିଲେ। ସେପଟେ ନବୀନ ନିବାସରେ ପ୍ରତାପ ଜେନା ଓ ଦେବୀ ମିଶ୍ର ଉପସ୍ଥିତ ଥିବା ଜଣାପଡିଛି। କଳିକେଶଙ୍କ ନେତୃତ୍ୱକୁ ନେଇ ଜିଲା ବାହାରୁ ସମର୍ଥନ ପରେ ଏବେ ଜିଲା ଭିତରେ ବିରୋଧ କରାଯାଉଛି। ଜିଲା ଭିତରୁ କଳିକେଶଙ୍କ ବିରୋଧରେ କିଛି ନେତା ବାହାରିଥିବାବେଳେ ଜିଲା ବାହାରୁ ତାଙ୍କୁ ବେଶ ସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି।

ଅନ୍ୟପଟେ ନବୀନ ନିବାସରୁ ବାହାରି କଳିକେଶଙ୍କ ପୟତିକ୍ରିୟା ରଖିଛନ୍ତି । କହିଛନ୍ତି ଲୋକଙ୍କ ସମସ୍ୟା ନେଇ ନବୀନଙ୍କୁ ଭେଟିଥିଲି । ଭୁବନେଶ୍ୱରରେ ଥିବାରୁ ନବୀନ ନିବାସ ଆସିଥିଲି । କୌଣସି ପ୍ରକାର ନିର୍ଦ୍ଦିଷ୍ଟ ବିଷୟରେ ଆଲୋଚନା ହୋଇନି । ନବୀନବାବୁ ଥିବା ଯାଏଁ ଅନ୍ୟ ନେତୃତ୍ୱର ପ୍ରଶ୍ନ ଉଠୁନି । ବହୁତ ଦିନ ଧରି ଭେଟି ନଥିଲି, ସେଥିପାଇଁ ଆସିଥିଲି । ଦ୍ୱିତୀୟ ନେତୃତ୍ୱର ପ୍ରଶ୍ନ ଉଠୁନି । ନବୀନଙ୍କ ସହ ପୂରା ବିଜୁ ଜନତା ଦଳ ରହିଛି । ଦଳ ଯାହା ଦାୟିତ୍ୱ ଦେଇଛି ସୂଚାର ରୂପେ ପାଳନ କରୁଛି । ବଲାଙ୍ଗୀର ଜିଲ୍ଲାର ସାଙ୍ଗଠନିକ ସ୍ଥିତିକୁ ନେଇ ଆଲୋଚନା ହେଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ