Masthead

ଆଜି ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ମହିଳାଙ୍କୁ ମିଳିବ ରାକ୍ଷୀ ଭେଟି । ଜୟପୁରରୁ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି । ଜୟପୁର ସରସ୍ବତୀ ଶିଶୁମନ୍ଦିରରେ ରାକ୍ଷୀ ବାନ୍ଧିବେ ଜୟପୁରରେ ସୁଭଦ୍ରା କିସ୍ତି ବଣ୍ଟନ କାର୍ୟ୍ୟକ୍ରମ କୋଟିଏରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଶନିବାର ରକ୍ଷାବନ୍ଧନ ଅବସରରେ ପ୍ରଦାନ କରାଯିବ। ଜୟପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କୋଟିଏରୁ ଊର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କୁ ଏହି ଟଙ୍କା ଦିଆଯିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତରେ ପହଞ୍ଚି ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତିର ଲାଭ ପାଇଥିବା ୧୭୦୦ରୁ ଊଦ୍ଧର୍‌ବ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କାରେ ସେମାନେ କ’ଣ କ’ଣ କାର୍ୟ୍ୟ କରିଛନ୍ତି ପଚାରି ବୁଝିଥିଲେ।

ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ତୃତୀୟ କିସ୍ତି ପ୍ରଦାନ କାର୍ୟ୍ୟକ୍ରମ ରହିଛି। ଯୋଜନାରୁ ବଞ୍ଚିତ ଥିବା ମହିଳାମାନଙ୍କ ସମସ୍ୟା ସମାଧାନ କରିବାକୁ ରାଜ୍ୟ ସରକାର ତତ୍ପର ଥିବା ସେ କହିଛନ୍ତି। ଏଥିସହ କୋଟିଆରେ ଲକ୍ଷପତି ଦିଦି କାର୍ୟ୍ୟକ୍ରମରେ ଯୋଗଦେଇଥିଲେ। ସ୍ବୟଂସହାୟକ ଗୋଷ୍ଠୀ ମହିଳାମାନଙ୍କ ସହ ଆଲୋଚନା କରି ସହକାରୀ ବାସଗୃହ ସହ ପ୍ରାଣୀ ଚିକିତ୍ସାଳୟ ଉଦ୍‌ଘାଟନ କରିଥିଲେ। ପରେ ଦେଓମାଳୀ ଯାଇ ସେଠାରେ ପର୍ୟ୍ୟଟନର ବିକାଶ ନେଇ ସମୀକ୍ଷା କରିଥିଲେ। ବ୍ଲକ୍‌ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଥିବା ଢେମସା ନାଚରେ ଉପମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ କେତେକ ସ୍ବୟଂସହାୟକ ଗୋଷ୍ଠୀକୁ ଚେକ୍‌ ପ୍ରଦାନ କରିଥିଲେ। ଏହି ସମୟରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସଚିବ ସୁଭା ସର୍ମା, ଡବ୍ଲ୍ୟୁସିଡି ଅତିରିକ୍ତ ସଚିବ କୃତିବାସ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା ।