Masthead

ରେଞ୍ଜରଙ୍କ ଦାଦାଗିରି

ପାଲଲହଡ଼ା (ବଡ଼ ଖବର ବ୍ୟୁରୋ): ଚୋର ସନ୍ଦେହରେ ବନ କର୍ମଚାରୀଙ୍କ ମାଡ଼ରେ ଭିନ୍ନକ୍ଷମ ଯୁବକ ମୃତ। ନ୍ୟାୟ ଦାବିରେ ରେଞ୍ଜ ଅଫିସ୍ ସାମ୍ନାରେ ଶବ ରଖି ପରିବାର ଲୋକଙ୍କ ଧାରଣା। ପାଲଲହଡ଼ା ବ୍ଲକ୍ ଦେବଗଡ଼ ବନଖଣ୍ଡ ଜମରଡିହ ସେକ୍ସନ ଡଙ୍ଗାଦର ଗ୍ରାମ ଛକ ନିକଟରେ ଘଟିଛି ଏପରି ଅମାନସିକତା ଘଟଣା। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ସିରିଗିଡ଼ା ଗ୍ରାମର ବିପିନ ଦାସ ନାମକ ଜଣେ ଯୁବକ ତା ମାମୁଘର ଡାଲ ଗ୍ରାମକୁ ଆସିଥିଲା ।

ସେ କିଛି ଯୁବକମାନଙ୍କ ସହିତ ମିଶି ପାଖ ଗାଁ ଡଙ୍ଗାଦର ଗ୍ରାମକୁ କୌଣସି କାମରେ ଯାଇଥିବାବେଳେ ବନ ବିଭାଗ ତରଫରୁ ଲାଗିଥିବା ସୋଲାର ଲାଇଟ୍ ଚୋରି ହେବା ସନ୍ଦେହରେ ଜମରଡିହ ବିଟର ବନ କର୍ମଚାରୀମାନେ ପ୍ରବଳ ମାଡ଼ ମାରିଥିଲେ । ଯାହା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପରେ ବନ ବିଭାଗ ଗାଡ଼ିରେ ନେଇ ପାଲଲହଡ଼ା ରେଞ୍ଜରଙ୍କ ସାମ୍ନାରେ ଆଉ ଏପରି କେବେ ଚୋରି ନକରିବାକୁ ଚୁକ୍ତିନାମା କରି ଯୁବକକୁ ଆଣି ଘରେ ଛାଡ଼ି ଦେଲେ । ଯୁବକଙ୍କ ମା ମେଡ଼ିକାଲ ନେବା ପାଇଁ ଯେତେ ନେହୁରା ହେଲେ ମଧ୍ୟ ବନ ବିଭାଗ କର୍ମଚାରୀ ମନା କରିଦେଲେ ।

ଯୁବକକୁ ତାଙ୍କ ଘରେ ଆଣି ଛାଡ଼ି ଦେଲେ। ଶେଷରେ ଯୁବକଙ୍କ ପରିବାର ଲୋକେ ପାଲଲହଡ଼ା ମେଡ଼ିକାଲ ନେଲେ ସେ ଅଧିକ ଗୁରୁତର ହେବାରୁ ତାକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଗଲାା ଶେଷରେ ଯୁବକଙ୍କ ମୃତ୍ୟୁ ହୋଇଛି। ଏ ବାବଦରେ ପାଲଲହଡ଼ା ରେଞ୍ଜରଙ୍କୁ ପଚାରିବାରୁ ତଦନ୍ତ ଚାଲିଛି କହି ଆଡେଇ ଯାଇଛନ୍ତି । ରେଞ୍ଜର ଏପରି ଆଡେଇ ଯିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ବନ ବିଭାଗ ଅଧିକାରୀଙ୍କ ପାଇଁ ଯୁବକର ଜୀବନ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ବାବଦରେ ଦୋଷୀଙ୍କୁ ଦଣ୍ଡ ମିଳିବ ତଦନ୍ତ ଚାଲିଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି ପାଲଲହଡ଼ା ଆଇ ଆଇ ସି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ