Masthead

ଆଜି ଘୋଷଣା ହୋଇପାରେ ନୂଆ ଏନ୍‌ଏସି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ସ୍ୱାୟତ୍ତ ଶାସନ ଦିବସରେ ସହରବାସୀଙ୍କୁ  ୧୨ରୁ ଅଧିକ ପ୍ରକଳ୍ପ ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ ହେବ । ଆମ୍‌ ବସ୍‌ ପାଇଁ  ଏଣିକି ହ୍ୱାଟସ୍‌ଆପ୍‌ରେ ଟିକଟ ବୁକିଂର ଶୁଭାରମ୍ଭ ହେବ । ଏହାସହ ଡିଜିଟାଲ୍‌ ଟିକଟରେ  ରିହାତି ମିଳିବ । ସେହିପରି ଜାତୀୟ ଏକକ ଗମନାଗମନ କାର୍ଡର ଲୋକାର୍ପଣ କରିବେ  ମୁଖ୍ୟମନ୍ତ୍ରୀ ।

ଏହି କାର୍ଡ ବଳରେ ସାରା ଦେଶରେ ଲୋକେ ସୁବିଧା ପାଇପାରିବେ । ଡିଜିଟାଲ  ପାସ୍‌ ବ୍ୟବସ୍ଥାକୁ ଅନ୍ୟ ସହରକୁ ସମ୍ପ୍ରସାରଣ କରାଯିବ । ଟାଟା ଷ୍ଟିଲ୍‌ ଫାଉଣ୍ଡେସନ ସହ ବୁଝାମଣା କରି ସମାବେଶୀ ସହର ଗଠନ କରିବ ନଗର ଉନ୍ନୟନ ବିଭାଗ ।  ଆଜି ଘୋଷଣା ହୋଇପାରେ ନୂଆ ଏନ୍‌ଏସି । ସ୍ବାୟତ୍ତ ଶାସନ ଦିବସ‌ ଅବସରରେ ରାଜ୍ୟରେ ଆଉ ୯ ଟି ନୂଆ ଏନ୍‌ଏସି ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ୨୧ଟି ନୂଆ ଏନ୍‌ଏସି ଗଠନ ହେବା ନେଇ ମୁଖ୍ୟମନ୍ତ୍ରୀ ସ୍ବାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ । ଏଥିରୁ ୧୨ଟି ଏନ୍‌ଏସି ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି ।

ତେଣୁ ବାକି ୯ଟି ନୂଆ ଏନ୍‌ଏସି ଆଜି ଘୋଷଣା ହୋଇପାରେ । ପୂର୍ବରୁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ ସ୍ବାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ୯ଟି ନୂଆ ଏନ୍‌ଏସି ଘୋଷଣା କରିବେ । ଏନ୍‌ଏସି ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହେଉଥିବାରୁ ରାଜ୍ୟ ସରକାର ଏନେଇ ସତର୍କତ‌ା ଅବଲମ୍ବନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଉତ୍ସବ ମଞ୍ଚରେ ୯ଟି ନୂଆ ଏନ୍‌ଏସି ଘୋଷଣା କରିବେ । ଆଗୁଆ ନୂଆ ଏନ୍‌ଏସି ନାମ ଜଣାପଡ଼ିଲେ ସ୍ବାୟତ୍ତ ଶାସନ ଦିବସ ଅବସରରେ ବିକ୍ଷୋଭ ପ୍ରଦର୍ଶନର ଭୟ ଥିବାରୁ ଏହାକୁ ଗୁପ୍ତ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ