Masthead

ଚୀନ୍‌ ତିଆନଜିନ୍‌ରେ ରୁଷିଆ ରାଷ୍ଟ୍ରପତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆଜିଠାରୁ ଚୀନର ତିଆନଜିନ ସହରରେ ଦୁଇ ଦିନିଆ ସାଂଘାଇ ସହଯୋଗ ସମ୍ମିଳନୀ ।  ଚୀନ୍‌ ତିଆନଜିନ୍‌ରେ ପହଞ୍ଚିଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍‌ ।  ଦୁଇଦିନିଆ SCO ସମ୍ମିଳନୀରେ ଯୋଗ ଦେବାକୁ ପହଞ୍ଚିଲେ । କାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପୁଟିନ୍‌ଙ୍କ ଦ୍ବିପାକ୍ଷିକ ଆଲୋଚନା । ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦୀ, ପୁଟିନ୍ ଓ ସି ଜିନପିଙ୍ଗ୍ । ଟାରିଫ୍ ମାଡ଼ ଓ ବିଶ୍ବ ବଜାରରେ ଆମେରିକାର ଏକଛତ୍ରବାଦକୁ ମାତ ଦେବାକୁ ପ୍ରସ୍ତୁତ କରିବେ ରଣନତୀ ।

ଏହି ଗୁରୁତ୍ବପୂର୍ଣ୍ଣ ବୈଶ୍ବିକ ସମ୍ମିଳନୀ ଉପରେ ସାରା ବିଶ୍ବ ବିଶେଷ କରି ଆମେରିକାର ନଜର ରହିଛି । ଭାରତ, ରୁଷ, ଚୀନ ସମେତ ଇରାନ, କାଜାଖସ୍ତାନ, କିର୍ଗିଜସ୍ତାନ, ପାକିସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ ଏବଂ ବେଲାରୁଷ ମଧ୍ୟ ଏସସିଓ ସମୂହର ସଦସ୍ୟ ରାଷ୍ଟ୍ର । ଏସବୁ ରାଷ୍ଟ୍ର ଏକାଠି ଗୋଟିଏ ମଞ୍ଚରେ ଆମେରିକା ବିରୋଧରେ ବଡ଼ ରଣନୀତି ପ୍ରସ୍ତୁତ କରିବା ସମ୍ଭାବନା ରହିଛି । ଜାପାନ ଗସ୍ତ ପରେ ଏସସିଓ ସମ୍ମିଳନୀରେ ସାମିଲ ହେବା ପାଇଁ ପ୍ରାୟ ୭ ବର୍ଷ ପରେ ଚୀନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତିଆନଜିନ ବିମାନ ବନ୍ଦରରେ ମୋଦୀଙ୍କ ରେଡ଼ କାର୍ପେଟରେ ଭବ୍ୟ ସ୍ବାଗତ କରିଛି ଚୀନ ।

ଏହାପରେ ସେଠାରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ମଧ୍ୟ ନରେନ୍ଦ୍ର ମୋଦୀଙ୍କୁ ସ୍ବାଗତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ଏପରି ଏକ ସମୟରେ ହେଉଛି ଯେତେବେଳେ ସମଗ୍ର ବିଶ୍ୱ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଶୁଳ୍କ ନୀତି ସହିତ ସଂଘର୍ଷ କରୁଛି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ଲାଗୁ ହୋଇଥିବା ୫୦ ପ୍ରତିଶତ ଶୁଳ୍କ ପରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚୀନ ଗସ୍ତ କୂଟନୀତି ପାଇଁ ଏକ ନୂତନ କ୍ଷେତ୍ର ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ