Masthead

ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ଗୁରୁବାର ରାତିରୁ ନବରଙ୍ଗପୁରରେ ନାଇଟ କର୍ଫ୍ୟୁ । ରାତି ୮ରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି । ଜିଲ୍ଲାକୁ ଜାରି ରହିବ ଅତ୍ୟାବଶ୍ୟକ ସାମଗ୍ରୀ ସେବା । ଏହି ସମୟରେ ଲୋକେ କୌଣସି ଜୁରୁରୀ କାମ ନଥିଲେ ବାହାରେ ଚଳପ୍ରଚଳ କରିପାରିବେ ନାହିଁ। ନାଇଟ କର୍ଫ୍ୟୁ ସମୟ ମଧ୍ୟରେ ୫ ଜଣଙ୍କ ଠାରୁ ଅଧିକ ବ୍ୟକ୍ତି ଏକାଠି ହେବେନି । ସର୍ବସାଧାରଣ ସ୍ଥାନରେ ସମାବେଶ ଉପରେ ରୋକ ଲଗାଯାଇଛି। ସେହିପରି ସେମିନାର, କର୍ମଶାଳା ଓ କନଫରେନ୍ସକୁ ବାତିଲ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ଧାର୍ମିକ ସମାବେଶ, ବିବାହ ଶୋଭାଯାତ୍ରାକୁ ଅନୁମତି ଦିଆଯାଇପାରିବ ନାହିଁ। ବିବାହ ବରଯାତ୍ରୀ, ଅପେରା ସୋ’ ଅନୁଷ୍ଠିତ ହୋଇପାରିବ ନାହିଁ।

କଲ୍ୟାଣ ମଣ୍ଡପ ଗୁଡିକ ଜନସମାବେଶ ହେବା ଭଳି କାର୍ଯ୍ୟକ୍ରମକୁ ଅନୁମତି ଦେଇପାରିବ ନାହିଁ। ଲଜ ଓ ହୋଟେଲ ଗୁଡିକରେ ନିୟମିତ ବିଶୋଧନ ଓ ସାନିଟାଇଜର ବ୍ୟବସ୍ଥା କରିବାକୁ ହେବ। କୌଣସି ବ୍ୟକ୍ତି କାଶ, ଜ୍ବର, ଶ୍ବାସ ସମସ୍ୟା ଆଦି ଅନୁଭବ କଲେ ସେମାନେ କୋଭିଡ କଣ୍ଟ୍ରୋସଲ ରୁମ୍ ନଂ ୦୬୮୫୮-୨୨୨୪୩୪ କିମ୍ବା ଜିଲ୍ଲା ହେଲପଲାଇନ ନଂ ୦୬୮୫୮-୨୨୨୪୫୯ରେ ଯୋଗଯୋଗ କରିପାରିବେ ବୋଲି ବିଜ୍ଞାପ୍ତିରେ କୁହାଯାଇଛି। ଉପଜିଲ୍ଲାପାଳ, ସମସ୍ତ ତହସିଲଦାର ଓ ଥାନା ଅଧିକାରୀମାନେ ଜନସମାବେଶ ଉପରେ ନଜର ରଖିବେ। ପୁନର୍ବାର ନିର୍ଦ୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ ଏହି ଆଇନ ବଳବତ୍ତର ରହିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ