Masthead

ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ଗୁରୁବାର ରାତିରୁ ନବରଙ୍ଗପୁରରେ ନାଇଟ କର୍ଫ୍ୟୁ । ରାତି ୮ରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି । ଜିଲ୍ଲାକୁ ଜାରି ରହିବ ଅତ୍ୟାବଶ୍ୟକ ସାମଗ୍ରୀ ସେବା । ଏହି ସମୟରେ ଲୋକେ କୌଣସି ଜୁରୁରୀ କାମ ନଥିଲେ ବାହାରେ ଚଳପ୍ରଚଳ କରିପାରିବେ ନାହିଁ। ନାଇଟ କର୍ଫ୍ୟୁ ସମୟ ମଧ୍ୟରେ ୫ ଜଣଙ୍କ ଠାରୁ ଅଧିକ ବ୍ୟକ୍ତି ଏକାଠି ହେବେନି । ସର୍ବସାଧାରଣ ସ୍ଥାନରେ ସମାବେଶ ଉପରେ ରୋକ ଲଗାଯାଇଛି। ସେହିପରି ସେମିନାର, କର୍ମଶାଳା ଓ କନଫରେନ୍ସକୁ ବାତିଲ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ଧାର୍ମିକ ସମାବେଶ, ବିବାହ ଶୋଭାଯାତ୍ରାକୁ ଅନୁମତି ଦିଆଯାଇପାରିବ ନାହିଁ। ବିବାହ ବରଯାତ୍ରୀ, ଅପେରା ସୋ’ ଅନୁଷ୍ଠିତ ହୋଇପାରିବ ନାହିଁ।

କଲ୍ୟାଣ ମଣ୍ଡପ ଗୁଡିକ ଜନସମାବେଶ ହେବା ଭଳି କାର୍ଯ୍ୟକ୍ରମକୁ ଅନୁମତି ଦେଇପାରିବ ନାହିଁ। ଲଜ ଓ ହୋଟେଲ ଗୁଡିକରେ ନିୟମିତ ବିଶୋଧନ ଓ ସାନିଟାଇଜର ବ୍ୟବସ୍ଥା କରିବାକୁ ହେବ। କୌଣସି ବ୍ୟକ୍ତି କାଶ, ଜ୍ବର, ଶ୍ବାସ ସମସ୍ୟା ଆଦି ଅନୁଭବ କଲେ ସେମାନେ କୋଭିଡ କଣ୍ଟ୍ରୋସଲ ରୁମ୍ ନଂ ୦୬୮୫୮-୨୨୨୪୩୪ କିମ୍ବା ଜିଲ୍ଲା ହେଲପଲାଇନ ନଂ ୦୬୮୫୮-୨୨୨୪୫୯ରେ ଯୋଗଯୋଗ କରିପାରିବେ ବୋଲି ବିଜ୍ଞାପ୍ତିରେ କୁହାଯାଇଛି। ଉପଜିଲ୍ଲାପାଳ, ସମସ୍ତ ତହସିଲଦାର ଓ ଥାନା ଅଧିକାରୀମାନେ ଜନସମାବେଶ ଉପରେ ନଜର ରଖିବେ। ପୁନର୍ବାର ନିର୍ଦ୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ ଏହି ଆଇନ ବଳବତ୍ତର ରହିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ