Masthead

ଆଦିତ୍ୟଙ୍କ ନିଜ ସହ ଯୁଦ୍ଧ, କେମିତି ଓ କାହିଁକି ଜାଣନ୍ତୁ…

ମୁମ୍ବାଇ(ବଡ ଖବର ବ୍ୟୁରୋ): ରିଭିଲ ହେଲା ଓମ ଦ ବ୍ୟାଟେଲ ଉଇଥ-ଇନର ଫାଷ୍ଟଲୁକ । ଶୁକ୍ରବାର ରିଭିଲ ହୋଇଥିବା ଏହି ପୋଷ୍ଟରରେ ଆଦିତ୍ୟଙ୍କୁ ଯୁଦ୍ଧ କରିବା ଅବତାରରେ ଦେଖିବାକୁ ମିଳୁଛି । ଏଥିରେ ସେ ଏକାଧିକ ଯୁଦ୍ଧାସ୍ତ୍ର ଧରି ଏକ ଶକ୍ତିଶାଳୀ ଲୁକରେ ନଜର ଆସୁଛନ୍ତି । ଆଦିତ୍ୟ ଯାହାଙ୍କୁ ଦର୍ଶକ ସବୁବେଳେ ରୋମାଣ୍ଟିକ, ଇମୋସନାଲ, ଆଉ ନଟଖଟ ଅବତାରରେ ଦେଖିଛନ୍ତି ତାଙ୍କ ପାଇଁ ଆଦିତ୍ୟଙ୍କ ଏହି ଲୁକ ନିଶ୍ଚିନ୍ତ ସରପ୍ରାଇଜ ଥିବ । କିନ୍ତୁ କିଛି ଫ୍ୟାନ୍ସ ଆଦିତ୍ୟଙ୍କ ଏହି ଲୁକକୁ ବହୁତ ପସନ୍ଦ କରିଛନ୍ତି । ଆଦିତ୍ୟ ବି ଆକ୍ସନ କରିପାରିବେ ସେଇଟା ସେ ପୋଷ୍ଟରର ଲୁକରୁ ପ୍ରମାଣ ଦେଇସାରିଲେଣି । ଫିଲ୍ମ ରିଲିଜ ହେଲେ ଆଦିତ୍ୟଙ୍କ ଆକ୍ସନର ଜଲଓା କେତେ ଫ୍ୟାନ୍ସଙ୍କୁ ଇମପ୍ରେସ କରୁଛି ସେଇଟା ଦେଖିବାକୁ ବାକି ରହିଲା ।

ଓମ- ଦ ବ୍ୟାଟେଲ ଉଇଥ-ଇନ ଫିଲ୍ମରେ ଆଦିତ୍ୟଙ୍କ ବିପକ୍ଷରେ ଲିଡରେ ନଜର ଆସିବେ ସଞ୍ଜନା ସାଙ୍ଘାଇ । ସଞ୍ଜନା ଯିଏକି ସୁଶାନ୍ତ ସିଂ ରାଜପୁତଙ୍କ ସହ ଦିଲ ବେଚାରା ଫିଲ୍ମରେ ନଜର ଆସିଥିଲେ । ଡିଜନୀ ପ୍ଲସ ହଟଷ୍ଟାରରେ ରିଲିଜ ହୋଇଥିବା ଏହି ଫିଲ୍ମଟି କ୍ୟାନସରରେ ପିଡିତ ଦୁଇ ଜଣ ଯୁବକ ଓ ଯୁବତୀଙ୍କ ଟ୍ରୁ ଲଭ ଷ୍ଟୋରୀ ଉପରେ ଆଧାରିତ । ଉଭୟ ସଞ୍ଜନା ଓ ସୁଶାନ୍ତଙ୍କ ଏହି ଫିଲ୍ମ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ସୁଶାନ୍ତଙ୍କର ଦିଲ ବେଚାରା ଶେଷ ଫିଲ୍ମ ଥିଲା ।

ସଞ୍ଜନା ଓ ଆଦିତ୍ୟ ଗୁରୁବାରରୁ ନିଜ ଅପକମିଙ୍ଗ ଫିଲ୍ମ ଓମ ର ସୁଟିଂ ଆରମ୍ଭ କରିଦେଇଛନ୍ତି । ଦୁହେଁ ଏହି ଖବରକୁ ନିଜ ଇନଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି । ଫିଲ୍ମଟି ୨୦୨୧ରେ ରିଲିଜ ହେବ । ଓମ-ଦ ବ୍ୟାଟେଲ ଉଇଥ-ଇନ ଫିଲ୍ମଟି କପିଲ ବର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ । ଫିଲ୍ମର ସହ ପ୍ରଯୋଜନା ଦାୟିତ୍ୱରେ ଜି-ଷ୍ଟୁଡିଓଜ, ଅହମଦ ଖାନ ଓ ଶାହିରା ଖାନ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା