Masthead

ପେଗାସସ ବିବାଦ: ଆଖିରେ କଳାକନା ଓ ଘୋଡ଼ା ଧରି ବିକ୍ଷୋଭ

କୋଲକାତା(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ବଢ଼ୁଛି ପେଗାସସ ବିବାଦ । ଗୁରୁବାର ଏନେଇ କୋଲକାତାରେ ବିକ୍ଷୋଭ ପ୍ରଦର୍ଶନ କରିଛି ଟିଏମସି । ତେବେ ପେଗାସସ କମ୍ପାନୀର ଲୋଗୋ ଅନୁଯାୟୀ ଏକ ଘୋଡ଼ା ଧରି ଆନ୍ଦୋଳନ କରିଛନ୍ତି ବିକ୍ଷୋଭକାରୀ । ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ଟିଏମସିର ବରିଷ୍ଠ ନେତା ମଦନ ମିତ୍ର ଆଖିରେ କଳାକନା ବାନ୍ଧି ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଛି । ତେବେ ପେଗାସସ ମାମଲାରେ ସରକାର ଅନ୍ଧ ହୋଇଯାଇଥିବାରୁ ଏଭଳି ଢଙ୍ଗରେ ଦଳ ପ୍ରଦର୍ଶନ କରିଛି ।

ତେବେ ପେଗାସସ ମାମଲାକୁ ନେଇ ସଂସଦରେ ହଙ୍ଗାମା ହେଉଥିବା ବେଳେ ଦେଶର ପ୍ରଥମ ରାଜ୍ୟ ଭାବେ ପଶ୍ଚିମବଙ୍ଗ ସରକାର ଏହି ଘଟଣାର ତଦନ୍ତ କରିବାକୁ କମିଶନ ଗଠନ କରିଛନ୍ତି । ଯେଉଁ କମିଟିରେ କି ଦୁଇଜଣ ପୂର୍ବତନ ବିଚାରପତି ରହିଛନ୍ତି । ଏହି କମିଟି ପେଗାସସ ମାମଲାର ତଦନ୍ତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏହାର ରିପୋର୍ଟ ଦେବେ । ପଶ୍ଚିମବଙ୍ଗରେ ହୋଇଥିବା ବେଆଇନ ଫୋନ ହ୍ୟାକିଂ, ଟ୍ରାକିଂ ଓ ରେକର୍ଡିଂର ତଦନ୍ତ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ