ପେଗାସସ ବିବାଦ: ଆଖିରେ କଳାକନା ଓ ଘୋଡ଼ା ଧରି ବିକ୍ଷୋଭ

କୋଲକାତା(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ବଢ଼ୁଛି ପେଗାସସ ବିବାଦ । ଗୁରୁବାର ଏନେଇ କୋଲକାତାରେ ବିକ୍ଷୋଭ ପ୍ରଦର୍ଶନ କରିଛି ଟିଏମସି । ତେବେ ପେଗାସସ କମ୍ପାନୀର ଲୋଗୋ ଅନୁଯାୟୀ ଏକ ଘୋଡ଼ା ଧରି ଆନ୍ଦୋଳନ କରିଛନ୍ତି ବିକ୍ଷୋଭକାରୀ । ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ଟିଏମସିର ବରିଷ୍ଠ ନେତା ମଦନ ମିତ୍ର ଆଖିରେ କଳାକନା ବାନ୍ଧି ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଛି । ତେବେ ପେଗାସସ ମାମଲାରେ ସରକାର ଅନ୍ଧ ହୋଇଯାଇଥିବାରୁ ଏଭଳି ଢଙ୍ଗରେ ଦଳ ପ୍ରଦର୍ଶନ କରିଛି ।

ତେବେ ପେଗାସସ ମାମଲାକୁ ନେଇ ସଂସଦରେ ହଙ୍ଗାମା ହେଉଥିବା ବେଳେ ଦେଶର ପ୍ରଥମ ରାଜ୍ୟ ଭାବେ ପଶ୍ଚିମବଙ୍ଗ ସରକାର ଏହି ଘଟଣାର ତଦନ୍ତ କରିବାକୁ କମିଶନ ଗଠନ କରିଛନ୍ତି । ଯେଉଁ କମିଟିରେ କି ଦୁଇଜଣ ପୂର୍ବତନ ବିଚାରପତି ରହିଛନ୍ତି । ଏହି କମିଟି ପେଗାସସ ମାମଲାର ତଦନ୍ତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏହାର ରିପୋର୍ଟ ଦେବେ । ପଶ୍ଚିମବଙ୍ଗରେ ହୋଇଥିବା ବେଆଇନ ଫୋନ ହ୍ୟାକିଂ, ଟ୍ରାକିଂ ଓ ରେକର୍ଡିଂର ତଦନ୍ତ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’