Masthead

ନୋବେଲ ଶାନ୍ତି ପୁରସ୍କାର ପାଇଲା WFP

ଷ୍ଟକହୋମ, (ବଡ଼ ଖବର ବ୍ୟୁରୋ) : ଚଳିତ ବର୍ଷ ଘୋଷଣା ହୋଇଛି ନୋବେଲ ଶାନ୍ତି ପୁରସ୍କାର । ଲୋକମାନଙ୍କୁ ଖାଦ୍ୟ ଯୋଗାଉଥିବା ୱାର୍ଲ୍ଡ ଫୁଡ ପ୍ରୋଗ୍ରାମକୁ ଚଳିତ ବର୍ଷ ନୋବେଲ ପୁରସ୍କାର ଦିଆଯିବ । ଏନେଇ ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି । ୱାର୍ଲ୍ଡ ଫୁଡ ପ୍ରୋଗ୍ରାମ ହେଉଛି କ୍ଷୁଧାକୁ ଦୂର କରିବା ଏବଂ ଖାଦ୍ୟ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱର ସର୍ବବୃହତ ମାନବିକ ସଂଗଠନ ।

୨୦୧୯ରେ ୱାର୍ଲ୍ଡ ଫୁଡ ପ୍ରୋଗ୍ରାମ ୮୮ଟି ଦେଶରେ ୧୦୦ ନିୟୂୁତ ଲୋକଙ୍କୁ ସହାୟତା ପ୍ରଦାନ କରିଥିଲେ । ଯେଉଁମାନେ ତୀବ୍ର ଖାଦ୍ୟ ନିରାପତ୍ତା ଓ ଭୋକର ଶିକାର ହୋଇଥିଲେ ସେମାନଙ୍କୁ ଏହି ସଂସ୍ଥାର ମୂଳ ଲକ୍ଷ୍ୟ । ସମସ୍ତଙ୍କ ପେଟକୁ ଖାଦ୍ୟ ଦେବା ଓ ଭୋକିଲା ପଣକୁ ଦୂର କରି ଶାନ୍ତି ପ୍ରତିଷ୍ଠା କରିବା ହେଉଛି ଏହି ସଂସ୍ଥାର ମୂଳ ଲକ୍ଷ୍ୟ । ୱାର୍ଲ୍ଡ ଫୁଡ ପ୍ରୋଗ୍ରାମ ଏହି ଶାନ୍ତି ସ୍ଥାପନ ଶୈଳୀକୁ ବିଶ୍ୱସ୍ତରରେ ମଧ୍ୟ ଆଦୃତ ମିଳିଛି । ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇବା ଦୌଡରେ ୩୧୮ ଜଣଙ୍କ ନାମ ରହିଥିଲା । ସେମାନଙ୍କ ମଧ୍ୟରେ ୨୧୧ ଜଣ ବ୍ୟକ୍ତି ଓ ୧୦୭ଟି ସଂଗଠନ ରହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ